Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ବୈଠକ:ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ୫ ଜଣଙ୍କୁ ଦିଆଗଲା ଆର୍ଥିକ ସହାୟତା

ସମ୍ବଲପୁର: ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ୫ଜଣଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ୧ ଲକ୍ଷ ୧୧ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ଟ୍ରଷ୍ଟ ସ°ସ୍ଥାପିକା ଡା.ପାଣିଗ୍ରାହୀଙ୍କ ଉପସ୍ଥିତି ଏବଂ ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଉପରୋକ୍ତ ସହାୟତାକୁ ମଞ୍ଜୁରୀ ଦିଆଯାଇଛି। ଉପରୋକ୍ତ ହିତାଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ଚଳିତ ଶିକ୍ଷା ବର୍ଷରେ ମାସିକ ସହାୟତା ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବୈଠକରେ କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ ଆର୍ଥିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ଆଲୋଚନାରେ ସମ୍ପାଦକ ସୁଧୀର ପୂଜାରୀ, ସଭ୍ୟବୃନ୍ଦ ଡ.ନିରୂପମା ବଡ଼ପଣ୍ଡା, ଡା.ପ୍ରମୋଦ ପୁରୋହିତ, ଦେବାଶିଷ ନନ୍ଦ,ବିପିନ ପଣ୍ଡା , ଅମିତ ସ୍ବାଇଁ ଓ ଶିବ ନନ୍ଦ ଭାଗ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories