Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଦିନ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା

ସମ୍ବଲପୁର:ସମ୍ବଲପୁରୀ ଦିନ ପାଇଁ ଜଳଛକ ନିକଟସ୍ଥ ସମ୍ବଲପୁର କଳାକେନ୍ଦ୍ର ଠାରେ ରବିବାର ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ ପାଞ୍ଚଟି ବିଭାଗରେ ଶହେ ପନ୍ଦର ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ଲୋକନାଥ ପୂଜାରୀ, କାସିମ ଖାନ, ସୁବ୍ରତ କୁମାର ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ । ସୁଷମା ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର ପଞ୍ଜିକରଣ ଦାୟିତ୍ୱରେ ନର୍ମଦା ପଧାନ ଏବଂ ଗୋପ ରଞ୍ଜନ କୁମ୍ଭାର ରହିଥିବା ବେଳେ ଆୟୋଜନରେ ଅନୁପମା ବିଶ୍ୱାଳ, କିଶୋର ଧରେଇ, ପ୍ରସୀଷ ପଣ୍ଡା, ଅନିକେତ ସାହୁ, ଅମିତ ଦାସ, ପ୍ରଜ୍ଞା ପ୍ରଧାନ, ରାହୁଲ ଗୁପ୍ତା, ରାଜେସ ସ୍ବାଇଁ, ସ୍ବୟଂ ପ୍ରକାଶ ପଣ୍ଡା, ପ୍ରଥମ ନାରାୟଣ ପଣ୍ଡଶ, ଅବିନାଶ କାନ୍ତ, ଅନିକେତ ସାହୁ, ଅମିତ କୁମାର ଦାସ, ପ୍ରେମ ସାହାଣୀ, ଶୁଭଶ୍ରୀ ବ୍ରହ୍ମା ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଦିଆଯାିଥିବା ବେଳେ ଆସନ୍ତା ୩୧ ତାରିଖରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories