ସମ୍ବଲପୁରୀ ସଂସ୍କୃତିର ଏକ ଜୀବନ୍ତ ଉଦାହରଣ:ନୃତ୍ୟ ଗୁରୁ ଆଲୋକ ପଣ୍ଡା:କଳାକାର ଦିବସରେ ପାଇଲେ ଗନ୍ଧର୍ବ କଳା ସମ୍ମାନ


ସମ୍ବଲପୁର ର ଆଲୋକ ପଣ୍ଡା। ଜଣେ ସାଧାରଣ ଓ ସରଳ ଜୀବନ ଶୈଳୀର ମଣିଷ। କିନ୍ତୁ କଳାର ମାଣିକ।ପ୍ରସିଦ୍ଧ ସମ୍ବଲପୁରୀ ଲୋକନୃତ୍ୟ ଗୁରୁ ତଥା କଳାକାର ଭାବେ ଖ୍ୟାତି ତାଙ୍କର ପରିବ୍ୟାପ୍ତ।ତାଙ୍କ ଅନନ୍ୟ କଳା ଓ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ।ବହୁ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ। ଓକେଏସ ତରଫରୁ କଲାକାର ଦିବସ ଅବସରରେ ତାଙ୍କୁ ମିଳିଛି”ଗନ୍ଧର୍ବ କଳା ସମ୍ମାନ”। ଯାହା ତାଙ୍କର ସମ୍ବଲପୁରୀ ଲୋକନୃତ୍ୟ କ୍ଷେତ୍ରରେ ଅବଦାନକୁ ସମ୍ମାନିତ କରେ। ଆଲୋକ ପଣ୍ଡା ଓ ତାଙ୍କ ଦଳ ଭାରତର ଅନେକ ରାଜ୍ୟ ତଥା ୧୦ଟିରୁ ଅଧିକ ଦେଶରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଛନ୍ତି, ଯାହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ମାନଚିତ୍ରରେ ପହଞ୍ଚାଇଛି। ସେ ସମ୍ବଲପୁରରେ “କଲ୍ୟାଣ ଫାର୍ମା ର ମାଲିକ ସତ କିନ୍ତୁ କଳା ପାଇଁ ଜୀବନ ଉତ୍ସର୍ଗୀକୃତ।ସମ୍ବଲପୁରୀ ଲୋକନୃତ୍ୟ, ବିଶେଷତଃ ଡାଲଖାଇ, କର୍ମା ନାଚ,ରସରକେଲି ଆଦି ପାରମ୍ପାରିକ ନୃତ୍ୟ ଶୈଳୀ କୁ ପ୍ରୋତ୍ସାହନ ଓ ପ୍ରଚାର, ପ୍ରସାର କରାଇ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛନ୍ତି। ତାଙ୍କର କୋରିଓଗ୍ରାଫି ସମ୍ବଲପୁରୀ ସଂସ୍କୃତିର ଲୋକକଳା ଓ ଆଦିବାସୀ ପରମ୍ପରାକୁ ଆଧୁନିକ ଢଙ୍ଗରେ ଉପସ୍ଥାପନ କରେ। ତାଙ୍କ ନୃତ୍ୟ ପରିବେଷଣରେ ଢୋଲ, ନିଶାନ, ତାସା, ମହୁରୀ ଆଦି ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବହାର ଏକ ବିଶେଷ ଆକର୍ଷଣ।ତାଙ୍କ ଦଳ ସହିତ ସେ ଭାରତର ବିଭିନ୍ନ ରାଜ୍ୟ ସହିତ ସିଙ୍ଗାପୁର, ଭିଏତନାମ ଆଦି ଆନ୍ତର୍ଜାତୀୟ ମଞ୍ଚରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ବିଶ୍ୱ ଦରବାରରେ ସମ୍ବଲପୁରୀ ନୃତ୍ୟ ଗୀତକୁ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକାର ପାଲଟିଛନ୍ତି କଳା ର ମହାନାୟକ।ତାଙ୍କରି ଏହି ଅବଦାନ ଫଳରେ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ବିଶ୍ୱବ୍ୟାପୀ ପ୍ରସାରିତ କରିଛି। ଆଲୋକ ପଣ୍ଡା ସମ୍ବଲପୁରରେ ସମ୍ବଲପୁର ଟ୍ରାଇବଲ ଏଣ୍ଡ ଫୋଳ୍କ ଆର୍ଟ ସେଣ୍ଟର” ନାମକ ଏକ ସାଂସ୍କୃତିକ ସଂଗଠନ ମାଧ୍ୟମରେ ଯୁବ କଳାକାରମାନଙ୍କୁ ନଶୁଲ୍କ ତାଲିମ ଦେଇ ସମ୍ବଲପୁରୀ ନୃତ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ଆଲୋକ ପଣ୍ଡାଙ୍କ କାର୍ଯ୍ୟ ସମ୍ବଲପୁରୀ ସଂସ୍କୃତିକୁ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପ୍ରତିଷ୍ଠା ଦେଇଛି। ତାଙ୍କ ନୃତ୍ୟ ପରିବେଷଣ ଓ ଶିକ୍ଷା ମାଧ୍ୟମରେ ସେ ଓଡ଼ିଶାର ଆଦିବାସୀ ଓ ଗ୍ରାମୀଣ ସଂସ୍କୃତିକୁ ସଂରକ୍ଷଣ ଓ ପ୍ରଚାର କରୁଛନ୍ତି। ତାଙ୍କ ନୃତ୍ୟରେ ରାଧା-କୃଷ୍ଣଙ୍କ ପ୍ରେମ କାହାଣୀ, ରାମାୟଣ, ମହାଭାରତ, ପାରମ୍ପାରିକ ପର୍ବ ପର୍ବାଣି ଓ ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରମୁଖ ବିଷୟବସ୍ତୁ ପ୍ରତିଫଳିତ ହୁଏ।ଆଲୋକ ପଣ୍ଡାଙ୍କର ଏହି ଅବଦାନ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ବିଶ୍ୱବ୍ୟାପୀ ପ୍ରସାରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତାଙ୍କ କାର୍ଯ୍ୟ ଯୁବ ପିଢ଼ିଙ୍କୁ ସମ୍ବଲପୁରୀ ଲୋକନୃତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହୀ କରାଇବାରେ ମଧ୍ୟ ସହାୟକ ହୋଇଛି।ଆଲୋକ ପଣ୍ଡାଙ୍କ ଜୀବନ ଓ କାର୍ଯ୍ୟ ସମ୍ବଲପୁରୀ ସଂସ୍କୃତିର ଏକ ଜୀବନ୍ତ ଉଦାହରଣ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।