Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଣ୍ଡନରେ “ସମସ୍ତଙ୍କୁ କେହି ଜଣେ ଦରକାର” ଫଟୋ ପ୍ରଦର୍ଶନୀ କଲେ ଓଡ଼ିଆ ନିର୍ଦ୍ଦେଶକ ସୌମ୍ୟଜ୍ୟୋତି

ଲଣ୍ଡନ ୨୬ ଜୁଲାଇ ୨୦୨୫:
ଓଡ଼ିଆ ନିର୍ଦ୍ଦେଶକ ଓ ଫଟୋଗ୍ରାଫର ସୌମ୍ୟଜ୍ୟୋତି ପ୍ରତିହାରୀ ତାଙ୍କର ପ୍ରଥମ ସୋଲୋ ଫଟୋଗ୍ରାଫି ପ୍ରଦର୍ଶନୀ “ଏଭ୍ରିଅନ୍ ନିଡ୍ସ ସମୱନ୍” (ସମସ୍ତଙ୍କୁ କେହି ଜଣେ ଦରକାର) କୁ ଲଣ୍ଡନର ଇତିହାସିକ ଡୋମିନିଅନ୍ ସେଣ୍ଟର, ସାଉଥଲ୍ ରେ ଆରମ୍ଭ କରିଛନ୍ତି। ଏହି ପ୍ରଦର୍ଶନୀ ୧୦ ଆଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ।
ଏହି ପ୍ରକଳ୍ପଟି ଲଣ୍ଡନ ସମାଜରେ ବଢ଼ୁଥିବା ସାମାଜିକ ଏକାକୀପଣ ବିଷୟକୁ ଆଲୋକପାତ କରିଛି। ସୌମ୍ୟ, ଗତ କିଛି ବର୍ଷ ଧରି ଲଣ୍ଡନରେ ଷ୍ଟ୍ରିଟ୍ ଡକ୍ୟୁମେଣ୍ଟାରି ଫଟୋଗ୍ରାଫି କରୁଥିଲେ। “ଏଭ୍ରିଅନ୍ ନିଡ୍ସ ସମୱନ୍”  ପ୍ରକଳ୍ପଟି ପଞ୍ଜାବି ଥିଏଟର୍ ଆକାଡେମି, ଲଣ୍ଡନ ର ସହଯୋଗ ଥିଲା। ତେଜିନ୍ଦର ସିଂହ ସାନ୍ଦ୍ରା ପ୍ରଦର୍ଶନୀର କ୍ୟୁରେଟର୍।
ଲଣ୍ଡନ ବୋରୋ ଅଫ୍ ଇଲିଙ୍ଗର କାଉନ୍ସିଲର୍ ଜନ୍ ମାର୍ଟିନ୍, ଉଦଘାଟନରେ କହିଥିଲେ, “ଏପରି ସାମାଜିକ ସଚେତନତା ସୃଷ୍ଟି କରୁଥିବା ପ୍ରକଳ୍ପ ସମାଜରେ ଖୁବ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ।”
ଲଣ୍ଡନରେ ବସବାସ କରୁଥିବା ଓଡ଼ିଆ ଡାକ୍ତର୍ ଡା. ସାହାଦେବ ସ୍ୱାଇନ୍ କହିଥିଲେ,
“ଏକାକୀପଣ ଓ ନିଜକୁ ଅଲଗା କରିଦେବା, ଏକ ନିରବ ମହାମାରୀ, ଯାହା ୧୫ଟି ସିଗାରେଟ୍ ପୋଡ଼ିବା ସମାନ କ୍ଷତିକାରକ। ସୌମ୍ୟଙ୍କର ଏହି କାମ ସଚେତନତା ସୃଷ୍ଟି କରିବ ଏବଂ ସମାଜକୁ କାର୍ଯ୍ୟକଳାପ ନେବାକୁ ପ୍ରେରିତ କରିବ।”
ସୌମ୍ୟ, ଲଣ୍ଡନରେ ରହୁଥିବା ପ୍ରସିଦ୍ଧ ଓଡ଼ିଆ ଚିତ୍ରକର ପ୍ରଫୁଲ୍ଲ ମୋହାନ୍ତିଙ୍କୁ ନେଇ ଡକ୍ୟୁମେଣ୍ଟାରି ଫିଲ୍ମ ସମାପ୍ତ କରିଛନ୍ତି। ସେ ଡୋମିନିଅନ୍ ସେଣ୍ଟରରେ ପ୍ରଦର୍ଶନୀ କରିଥିବା ପ୍ରଥମ ଓଡ଼ିଆ ଫଟୋଗ୍ରାଫର୍।