Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନେଶ୍ୱର ବ୍ଲକ ରେ ଏକ୍ ପେଡ୍ ମା କେ ନାମ୍,ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ଜନସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର:ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟଳୟ ର ସମ୍ବଲପୁର କ୍ଷେତ୍ରୀୟ ଶାଖା ତରଫରୁ ଆଜି ସ୍ଥାନୀୟ ମାନ୍ଧାତା ବାବା ଉଚ୍ଚତର ବିଦ୍ୟାଳୟ ରେ ଏକ୍ ପେଡ୍ ମା କେ ନାମ୍ ୨.୦, ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ଶୀର୍ଷକ ଏକ ବିଶାଳ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟଳୟ ର ସରକାରୀ ନିର୍ଦ୍ଦେଶକ ମନମୋହନ ପାଢ଼ୀ, ଭାରତୀୟ ସୂଚନା ସେବା, ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀଗଣ ଏବଂ ଅଧ୍ୟକ୍ଷ ମହୋଦୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନେଶ୍ୱର ବ୍ଲକ ର ଅଧ୍ୟକ୍ଷା ନାରୀନେତ୍ରୀ ଶ୍ରୀମତୀ ରୁକମଣୀ ମହାନନ୍ଦା ଯୋଗଦେଇ ଉପସ୍ଥିତ ସମସ୍ତ ପ୍ରତିଭାଗୀ ମାନଙ୍କ ସମାଜ ଏବଂ ସରକାରଙ୍କ ସମସ୍ତ ଜନମଙ୍ଗଳ କାର୍ଯ୍ୟକ୍ରମ ରେ ଜନଭାଗିଦାରୀ ହେବାପାଇଁ ଗୁରୁତ୍ଵାରୋପ କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଗୋଣ୍ଡା ରାମ ଘଡେଇଲ୍ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ର ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ବୃକ୍ଷ ରୋପଣ,ଜଳ ସଞ୍ଚୟ ଓ ସଂରକ୍ଷଣ ଏବଂ ଜନଭାଗିଦାରୀ ଉପରେ ଉଦବୋଧନ ଦେଇ ଅଂଶଗ୍ରହଣକାରୀଙ୍କୁ ଜଣେ ଜଣେ ସମାଜ ପ୍ରତି ଉତ୍ତରଦାୟୀ ଏବଂ ଦାୟିତ୍ବବାନ ନାଗରିକ ହେବାକୁ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମ ରେ ଜଳ ସଞ୍ଚୟ ଏବଂ ସଂରକ୍ଷଣ ର ବିଭିନ୍ନ ଉପାୟ ଉପରେ ବିଷୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୀ ରଞ୍ଜନ ନାୟକ ଵୁଝାଇଥିବା ବେଳେ ଅନ୍ୟ ଜଣେ କୃଷି ଓ ବୃକ୍ଷ ବିଷୟ ବିଶେଷଜ୍ଞ ହିସାବରେ ଶ୍ରୀ ଅଶୋକ ପ୍ରଧାନ ଏକ୍ ପେଡ୍ ମା କେ ନାମ୍ ଅର୍ଥାତ୍ ମା’ଙ୍କ ନାମରେ ଗୋଟିଏ ଗଛ ର ଦ୍ଵିତୀୟ ଚରଣ ଅଭିଯାନ ଲକ୍ଷ, ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖି ଥିଲେ ।
ଏଥି ପୂର୍ବରୁ ତଥା ତା.୨୩.୦୭.୨୫ ରିଖରେ ଉକ୍ତ ବିଷୟ ଉପରେ ଆୟୋଜିତ ବତ୍କୃତା ଏବଂ ନିବନ୍ଧ ଲିଖନ ପ୍ରତିଯୋଗିତା ର ବିଜେତା ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ରୁକମଣୀ ମହାନନ୍ଦା ପୁରସ୍କାର ଏବଂ ମେଧା ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।
ବିଦ୍ୟାଳୟ ର ଇତିହାସ ବିଭାଗର ଅଧ୍ୟାପକ ଶ୍ରୀ ସତ୍ୟ ନାରାୟଣ ଠାକୁର ଧନ୍ୟବାଦ୍ ପ୍ରଦାନ କରି କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟଳୟ ର ଏଭଳି ଜନସଚେତନତା କାର୍ଯ୍ୟକ୍ରମ ପାଇଁ ଭୂୟସୀ ପ୍ରଶଂସା କରିଥିଲେ ।
ଏଥିପୂର୍ବରୁ ୨୯.୦୭.୨୫ ତାରିଖ ରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ନେଇ ଏକ ବିଶାଳ ଜନସଚେତନତା ପଦଯାତ୍ରା ନିକଟସ୍ଥ ଭୁଲୁଆ଼ଁଟିକ୍ରନା ଗାଁ ରେ ପରିକ୍ରମା କରି ଜନମାନସରେ ମାଁ ଟିଏ ଗଛ ଟିଏ, ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ର ବାର୍ତ୍ତା ପ୍ରଚାରିତ କରାଯାଇଥିଲା ଏବଂ ପରେ ପରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ , କର୍ମଚାରୀ ଏବଂ ମୁଖ୍ୟ ଅତିଥିଙ୍କ ଦ୍ଵାରା କେତୋଟି ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା।
କାର୍ଯ୍ୟକ୍ରମ ର ଅନ୍ୟତମ ଆକର୍ଷଣୀୟ କାର୍ଯ୍ୟକ୍ରମ ହିସାବରେ ବିଭାଗୀୟ ପଞ୍ଜିକୃତ ଅଦୃଶ୍ୟ ନାଟ୍ୟ ଆଶ୍ରମର କଳାକାର ମାନଙ୍କ ଦ୍ବାରା ଗୀତ ଓ ନାଟକ ପରିବେଷଣ କରି ମନୋରଞ୍ଜନ କରିବା ସହ ଜଳ, ଜଙ୍ଗଲ, ଜମି, ବୃକ୍ଷ ଏବଂ ଜନଭାଗିଦାରୀ ବିଷୟରେ ବାର୍ତ୍ତା ଦିଆଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories