Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ପେସାଲ ସ୍କ୍ୱାର୍ଡ  କୁ ମିଳିଲା ଚୋରା ବ୍ରାଉନ ସୁଗାର ବଡ ରାକେଟ।ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କୁ କରୁଥିଲେ ରାତି ନିଶାସକ୍ତ।

କେନ୍ଦୁଝର ପୋଲିସ କୁ ମିଳିଛି ବଡ଼ ସଫଳତା । ୨୧୨ ଗ୍ରାମ ବ୍ରାଉନ ସୁଗାର , ସାଙ୍ଗକୁ ୮ ଲକ୍ଷ ୩୦ ହଜାର ଟଙ୍କା, ଓ ୧୨ଟି ମୋବାଇଲ ଜବତ ସହ ୨୧ ଜଣକୁ ଗିରଫ କରିଛି କେନ୍ଦୁଝର ପୋଲିସ୍। । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଟି ଏବେନୂଆ ସରକାର ମୋହନ ମାଝୀ ଙ୍କ ଦାୟିତ୍ୱ ରେ ହେଲେ ପୁରା ଜିଲ୍ଲା କୁ ହାଇ କ୍ରାଇମ୍ ସିଟି କରିବାକୁ ଏମାନେ କରିଥିଲେ ବ୍ଲୁ ପ୍ରିଣ୍ଟ। ଯାହା କେନ୍ଦୁଝର ଏସପି ନୀତିନ କୁଶଲକର ଟାଗଡୁ ଙ୍କ ପୁରା ଟିମ୍ କୁ କରୁଥିଲା ଚାଲେଞ୍ଜ। ଯାହାକୁ କେନ୍ଦୁଝର ଠାରେ ତିଆରି ହେଲା ମାଷ୍ଟର ପ୍ଲାନ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ବରେ ଏକ ସ୍ପେସାଲ ସ୍କ୍ୱାର୍ଡ ଗଠନ କରାଯାଇଥିଲା। ଏହି ଟିମ୍ ସାଧା ପୋଷାକ ବିଭିନ୍ନ ସ୍ଥାନରେ ରଖିଥିଲେ ତୀକ୍ଷଣ ନଜର। ଏହି ଟିମ୍ କୁ ନିଜେ ଏସପି ତଦାରଖ କରୁଥିବା ବେଳେ ସବୁ ଦିନ ତିଆରି ହେଉଥିଲେ ଚୋରା ବ୍ରାଉନ ସୁଗାର ବେପାରୀ ଧରିବାକୁ ନୀଳ ନକ୍ସା। ପାଖା ପାଖି ୪ ଦିନ ଧରି ଆନନ୍ଦପୁର ଉପଖଣ୍ଡ ଘଷିପୁରା, ରାମଚନ୍ଦ୍ରପୁର ଏବଂ ନନ୍ଦିପଦା ଥାନା ଅଞ୍ଚଳରେ ଚଢାଉ ଜାରି ରଖିଥିଲା ପୋଲିସ। ସବୁ ତଥ୍ୟ ନମିଳିବା ଯାଏ ଚାଲିଥିଲା ଖୋଳ ତାଡ଼ ସେଥିରୁ ଗୁରୁବାର ଚୋରା ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳରୁ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ  ସେମାନଙ୍କ ଠାରୁ ୨୧୨ଗ୍ରାମ ବ୍ରାଉନ ସୁଗାର , ନଗଦ ୮ ଲକ୍ଷ ୩୦ ହଜାର ଟଙ୍କା ସହ ୧୨ ଟି ମୋବାଇଲ ଜବତ କରିଥିବା କହିଛନ୍ତି କେନ୍ଦୁଝର ର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ର। ଏହି କାରବାର ରେ ହାଟଡିହି ରୁ ୪ ଜଣ ଧାରା ପଡିଛନ୍ତି। ଏମାନଙ୍କ ମଧ୍ୟରେ ସନାତନ ସେଠୀ, ଦୀପ୍ତି ରଞ୍ଜନ ବାରିକ୍, ନିମାଇ ଚରଣ ମଲ୍ଲିକ, କମଳା କାନ୍ତ ବେହେରା ରହିଛନ୍ତି। ଅନ୍ୟମାନେ ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ