Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଇଲେରିଆ ମୁକ୍ତ ହେବ ସମ୍ବଲପୁର:ସାମୂହିକ ବଟିକା ବିତରଣ ପାଇଁ ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

ସମ୍ବଲପୁର:ଗୁରୁବାର ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୂହିକ ବଟିକା ସେବନ, ଜାତୀୟ କୀଟନାଶକ ଦିବସ, ମାଲେରିଆ ପ୍ରତିରୋଧକ ମାସ ଓ ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ସୂଚନା ଅନୁଯାୟୀ ଆଗାମୀ ଅଗଷ୍ଟ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ବ୍ୟାପକ ଔଷଧ ବିତରଣ (MDA) ଆୟୋଜିତ ହେବ।ଏହି ବୈଠକ ରେ ଆଗାମୀ ଅଗଷ୍ଟ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୂହିକ ବଟିକା ସେବନ ସମ୍ବନ୍ଧିତ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିବା ସହିତ ବିଭିନ୍ନ ବିଭାଗର ଦାୟିତ୍ବ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସମସ୍ତ ବିଭାଗ ଯଥା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ପଂଚାୟତରାଜ ବିଭାଗ, ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ଅଧିକାରୀଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦିଆଯାଇଥିବା କାର୍ଯ୍ୟ କୁ ସୁଚାରୁ ରୂପେ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ତ ବିଭାଗୀୟ ସମନ୍ୱୟ ବୈଠକରେ ସମସ୍ତ ଜିଲ୍ଲାର ଅଧିକାରୀଗଣ ଡେଙ୍ଗୁ ଓ ମେଲେରିଆ ରୋଗ ନିରାକରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ପଞ୍ଚାୟତ ଓ ଗ୍ରାମ ସ୍ତରରେ ଆୟୋଜନ କରାଯିବ।MDA କାର୍ଯ୍ୟକ୍ରମରେ କରାଯିବ ଯେଉଁଥିପାଇଁ ନିର୍ଦ୍ଧାରିତ ସ୍ଥଳ/ବୁଥ ପ୍ରଣାଳୀ,ଘରେ-ଘରେ ପହଞ୍ଚି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘର ଭିତରେ ଔଷଧ ପାନ କରାଯିବ। ଜିଲ୍ଲାର ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରରେ ରୋଗୀ ଓ ସହଯୋଗୀଙ୍କ ପାଇଁ ମଧ୍ୟ ଏହି ସୁବିଧା ରହିବ।ବିଶେଷ ସ୍ଥାନଗୁଡ଼ିକ — ଶିକ୍ଷାଳୟ, କାର୍ଯ୍ୟାଳୟ, ଶିଳ୍ପ ପ୍ରତିଷ୍ଠାନ, କାରାଗାର ଭଳି ପ୍ରମୁଖ ସ୍ଥାନକୁ ସ୍ୱତନ୍ତ୍ର ଦଳ ପଠାଇ ଏହା ସେବନ କରିବାକୁ କୁହାଯିବ। ଔଷଧ ବିତରଣ ପାଇଁ ଆଶାକର୍ମୀ ଙ୍କୁ ନିଯୋଜିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories