Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା କଲେଜରୁ ଅବସର ନେଲେ ପ୍ରାଧ୍ୟାପିକା ସୁଶ୍ରୀ ସୁଚିତ୍ରା ମିଶ୍ର

ସମ୍ବଲପୁର:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟ ରେ ଆଜି ୩୧ ଜୁଲାଇ ୨୦୨୫ ରେ ପ୍ରାଧ୍ୟାପିକା ସୁଶ୍ରୀ ସୁଚିତ୍ରା ମିଶ୍ର ମହାବିଦ୍ୟାଳୟରେ ୩୩ ବର୍ଷ ବିତାଇବା ପରେ ଆଜି ଅବସର ଗ୍ରହଣ କରିଛନ୍ତି।ସେ କୁଚିଣ୍ଡା ମହାବିଦ୍ୟାଳୟ ରେ ୨ ଜାନୁଆରୀ ୧୯୯୨ ମସିହାରେ ଦର୍ଶନ ବିଭାଗରେ ଯୋଗଦାନ କରିଥିଲେ।୨୧/୧୧/୨୦୨୨ ମସିହାରେ କୁଚିଣ୍ଡା ମହାବିଦ୍ୟାଳୟରେ ଅଧ୍ୟକ୍ଷା ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ଜିବନରେ ଅନେକ ସଂଘର୍ଷ କରି ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢ଼ାଇବା ସହିତ ସମାଜରେ ପ୍ରତିଷ୍ଠିତ ହୋଇ ବଡ ମଣିଷ ହେବା ପାଇଁ ସଦା ସର୍ବଦା ପରାମର୍ଶ ଦେଉଥିଲେ।୨୦୦୫ ମସିହାରେ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ରେ ଦାୟିତ୍ୱ ଗ୍ରହଣ କରି ଟ୍ରେନିଂ ପାଇଁ ନରେନ୍ଦ୍ରପୁର କଲିକତା ଯାଇଥିଲେ ଏବଂ ଏହା ପରେ ଯୁବ ରେଡକ୍ରସ୍ ଦାୟିତ୍ଵ ବହନ କରିଥିଲେ। ସେ ଜଣେ ବିଶିଷ୍ଟ ସମାଜସେବୀ ଏବଂ ସାହିତ୍ୟିକ ମଧ୍ୟ ଥିଲେ। ମହାବିଦ୍ୟାଳୟରେ ତାଙ୍କ ୩୩ ବର୍ଷ ଜୀବନରେ ଅନେକ ସଫଳତା ପାଇଥିଲେ। ଅବସର ସମୟରେ ସେ ମହାବିଦ୍ୟାଳୟ ର ଦର୍ଶନ ବିଭାଗ କୁ ପଚାଶ ହଜାର ଟଙ୍କା ପ୍ରଦାନ କରିଥିଲେ ଏବଂ ସେହି ଟଙ୍କାର ବର୍ଷକର ସୁଧ ପାଇସା କୁ ଦର୍ଶନ ବିଭାଗରେ କୃତି ଅର୍ଜନ କରିଥିବା ଶିକ୍ଷାର୍ଥୀ କୁ ପ୍ରଦାନ କରିବାକୁ କହିଥିଲେ ଏବଂ ନନ୍ଦିନୀ ଛାତ୍ରୀ ନୀବାସ କୁ ୭୫୦୦୦ ଟଙ୍କା ପ୍ରଦାନ କରିଥିଲେ ଏବଂ ସେହି ପଇସାର ବର୍ଷକର ସୁଧ ପାଇସା କୁ ଛାତ୍ରୀ ନୀବାସରେ ରହୁଥିବା ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରୀ ମାନଙ୍କ ମଧ୍ୟରେ କୃତି ଅର୍ଜନ କରିଥିବା ଶିକ୍ଷାର୍ଥୀ କୁ ପ୍ରଦାନ କରାଯିବାକୁ କହିଥିଲେ। ମହାବିଦ୍ୟାଳୟରେ ଅବସର ନେବା ସମୟରେ ସମସ୍ତ କର୍ମଚାରୀ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ। ଏବଂ ଆଜି କୁଚିଣ୍ଡା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ରସାୟନ ବିଜ୍ଞାନ ଅଧ୍ୟାପକ ଡ଼ଃ ସୁମନ୍ତ କୁମାର ପଟେଲ ଦାୟିତ୍ଵ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories