ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା


ସମ୍ବଲପୁର: ଶିକ୍ଷା ବିଭାଗ ର ପ୍ରାକ୍ତନ ଅଧ୍ୟାପକ ଡ଼ ପ୍ରଶାନ୍ତ କୁମାର ଦାସ ଙ୍କୁ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ତଥା ଷ୍ଟାଫ୍ କାଉନସିଲ ତରଫରୁ ବଦଳି ଜନିତ ବିଦାୟ କାଳୀନ ସମର୍ଦ୍ଧନା ତା୩୦.୮.୨୦୨୫ ରିଖ ବୁଧବାର ଦିନ ଦିଆଯାଇଥିଲା । ଅନୁଷ୍ଠାନ ର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ଙ୍କ ପରିଚାଳନା ଓ ଗ୍ରନ୍ଥାଗାରିକ ଅରୁଣ କୁମାର ବିଶ୍ୱାଳ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବିଦାୟ କାଳୀନ ସଭାରେ ଅଧ୍ୟାପକ ସଞ୍ଜିବ କୁମାର ଦାଶ, ସରୋଜ ଭୁଏ ଓ ଉମାକାନ୍ତ ବିଶ୍ୱାଳ ଅନୁଷ୍ଠାନ ରେ ଡ଼ ଦାଶ ଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଡ଼କ୍ଟର ଦାଶ ତାଙ୍କ ବକ୍ତବ୍ୟରେ ନାକଟିଦେଉଳ ତଥା ଅନୁଷ୍ଠାନ ରେ ତାଙ୍କ ଅନୁଭୁତି ବର୍ଣନା କରିଥିଲେ । ଅନୁଷ୍ଠାନ ତରଫରୁ ଡ଼କ୍ଟର ଦାସ୍ ଙ୍କୁ ମାନପତ୍ର ଉପଢୌକନ ତଥା ଉପହାର ପ୍ରଦାନ କରିଥିଲେ । ସଂସ୍କୃତ ଅଧ୍ୟାପକ ରାଜେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।