Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ପି ଏମ୍ ଶ୍ରୀ଼ ହାଇସ୍କୁଲ ରେ ଅଭିଭାବକ ଶିକ୍ଷକ ବୈଠକ

ସମ୍ବଲପୁର:ବୁର୍ଲା ପି ଏମ ଶ୍ରୀ ଉଚ୍ଚବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍କୁଲର ପ୍ରଧାନଶିକ୍ଷକ କରନ ଶର୍ମାଙ୍କ ପରାମର୍ଶ କ୍ରମେ ବରିଷ୍ଠ ଶିକ୍ଷକ ରାମ କୃଷ୍ଣ ରଥଙ୍କ ଅଧ୍ୟକ୍ଷତାରେ ଆମସ୍କୁଲ ଯିବା ଅଭିଯାନ,ମା ପାଇଁ ଗଛଟିଏ,ଶିଶୁ ମାନଙ୍କର ଯତ୍ନ, ସ୍କୁଲ ପରିବେଶ ସଫା ସୁତୁରା ଆଦି କାର୍ଯ୍ୟକ୍ରମ ଉପରେ ଆଲୋଚନା ମାନ କରା ଯାଇଥିଲା।ଏହି ଆଲୋଚନାରେ ବିଦ୍ୟାଳୟର
ଶିକ୍ଷକ‌ ଶିକ୍ଷୟିତ୍ରୀ, ସମେତ ସ୍କୁଲ ପରିଚାଳନା କମିଟିର ସଭାପତି ଧର୍ମେନ୍ଦ୍ର ସାହୁ,ଆଲୁମିନିର ମୁଖ୍ୟ ଉପଦେଷ୍ଟା
ନିରଂଜନ ପଟ୍ଟନାୟକ , ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ, ନମିତା ଆଚାର୍ଯ୍ୟ, ସବିତା ସାହୁ,ସ୍କୁଲର ଅଭିଭାବକ/ଅଭିଭାବିକା ମାନେ ଯୋଗ ଦେଇଥିଲେ। ଅଭିଭାବକ ମାନେ ସ୍କୁଲର ସର୍ବାଙ୍ଗିନ ଉନ୍ନତି ଦିଗରେ ସର୍ବଦା କିପରି ଯତ୍ନବାନ ହେବେ ଏବଂ ସେମାନଙ୍କ ଦୃଷ୍ଟିରେ ଥିବା ସ୍କୁଲ ଆସୁନଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରି ସ୍କୁଲରେ ନାମ ଲେଖାଇବା ବ୍ୟବସ୍ଥା ଆଦି କିପରି କରିବେ ସେ ଦିଗରେ ସମସ୍ତଙ୍କୁ ଅବଗତ କରାଗଲା। ଶେଷରେ ସ୍କୁଲର ସହକାରୀ ଶିକ୍ଷକ ଦାମୋଦର ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories