ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱାଗତ ସମାରୋହ


ସମ୍ବଲପୁର:ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟ ରେ ତା ୩୧.୭.୨୦୨୫ ରିଖ ଗୁରୁବାର ଦିନ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା +୩ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ +୩ ୨ୟ ଓ ୩ୟ ବର୍ଷର ଛାତ୍ର ଛାତ୍ରୀ ତଥା ଷ୍ଟାଫ୍ କାଉନ୍‌ସିଲ୍ ତରଫରୁ ସ୍ୱାଗତ କରାଯାଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭା ରେ ବରିଷ୍ଠ ଅଧ୍ୟାପକ ଦେବେଶ ବିଶ୍ଵାଳ, ଇଂରାଜୀ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଶିକ୍ଷା ବିଭାଗର ଅଧ୍ୟାପକ ଶେଷଦେବ ବିଶ୍ୱାଳ, ଡ଼ ଆର଼ ପୁଷ୍ପାଞ୍ଜଳି, ଅଧ୍ୟାପିକା ଲିଟିନା ପ୍ରିୟଦର୍ଶନୀ, ଗିରିଶ ବାଳା ନାୟକ ଓ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସୁଭାଷ ଚନ୍ଦ୍ର ବେହେରା ସଫଳତା ର ଚାବିକାଠି,ଶୃଙ୍ଖଳା, ସଂସ୍କାର, ସଂଯମ ଓ କେରିଅର୍ ନିର୍ମାଣ ସମ୍ପର୍କ ରେ ଆଲୋକପାତ କରିଥିଲେ । +୩ ପ୍ରଥମ ବର୍ଷ ର଼ ଛାତ୍ର ଛାତ୍ରୀ ମାନେ ପର୍ଯ୍ୟାୟ କ୍ରମେ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ ।ଶେଷ ବର୍ଷ ର ଛାତ୍ରୀ ରଚନା ମାଝୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ରୋଜାଲିନ୍ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।