Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ:କବିତାରେ ଝଙ୍କୁରିତ ହେଲା, ଗୀତ ନୃତ୍ୟରେ କମ୍ପିଲା ଗଙ୍ଗାଧର ମଣ୍ଡପ

ସମ୍ବଲପୁର:ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିନରେ ପାଳନ କରାଯାଉଥିବା ସମ୍ବଲପୁରୀ ଦିନକୁ ଖୁବ ଉତ୍ସାହର ସହିତ ପାଳନ କରିଛି।
ସକାଳ ୧୦ ଟାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଆୟୋଜନ କରାଯାଥିଲା। ବିଶିଷ୍ଟ ଗବେଷକ ଡକ୍ଟର ଦ୍ୱାରିକାନାଥ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ମା ସମଲେଶ୍ୱରୀ ଙ୍କ ଠାରେ ପୂଜାର୍ଚନା କରିବା ପରେ କବିତା ପାଠୋତ୍ସବ ଆରମ୍ଭ ହୋଇଥିଲା। କବି କମଳଲୋଚନ ପଣ୍ଡା ଙ୍କ ସଂଯୋଜନାରେ କବି ପୁତୁଲ ସୁପ୍ରିୟା ଦାଶ, କଳ୍ପନା ମହାପାତ୍ର, ସିଦ୍ଧି ସ୍ୱରୂପା ପାଢ଼ୀ, ଆଭାସ ପଣ୍ଡା, ପ୍ରଭାଞ୍ଜନ ପୁରୋହିତ, ସୂର୍ଯ୍ୟ ପାଣିଗ୍ରାହୀ, ମମତା ନାଥ, ତପସ୍ୱିନୀ ନେପାକ, ଅନୁପମା ବିଶ୍ୱାଳ, ଗୋବିନ୍ଦ ମହାରଣା, ପ୍ରଦୀପ ଯୋଶୀ, ଗୀତା ଦେବତା, ଶ୍ରଦ୍ଧାଞ୍ଜଳି ପ୍ରମୁଖ ୩୮ ଜଣରୁ ଅଧିକ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ଏହା ପରେ ସମସ୍ତ ଙ୍କୁ ଅଙ୍ଗ ବସ୍ତ୍ର ଓ ପ୍ରମାଣ ପତ୍ର ଦେଇ ଅନୁଷ୍ଠାନର ସଭାପତି ସମୀର ରଞ୍ଜନ ବାବୁ, ଆବାହକ ଡାକ୍ତର ସଞ୍ଜୀବ କୁମାର ମିଶ୍ର, କୋଷାଧକ୍ଷ ରାଜୀବ ସାହୁ ପ୍ରଦାନ କରିଥିଲେ। ଶେଷରେ ସାଂସ୍କୃତିକ ସମ୍ପାଦକ ଅମିତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ଥାନୀୟ ଗଙ୍ଗାଧର ମଣ୍ଡପ ଠାରେ ଅନୁଷ୍ଠିତ କବିତା ପର୍ବ ପରେ ରଙ୍ଗାରଙ୍ଗ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ ଟା ଯାଏ ଅନୁଷ୍ଠିତ ହୋଇଥିଲା।
ଆୟୋଜିତ ଉତ୍ସବରେ ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବହୁ ସମ୍ବଲପୁରୀ ପ୍ରେମୀ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories