Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ଚୈତନ୍ୟ ବିଦ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ

ସମ୍ବଲପୁର: “ସମ୍ବଲପୁରୀ ଦିବସ” ଅବସରରେ ବରଗଡ଼ ଶ୍ରୀ ଚୈତନ୍ୟ ବିଦ୍ୟାଳୟ ଠାରେ ଉତ୍ସାହ ଓ ସଂସ୍କୃତିକ ଗର୍ବ ସହ ସମ୍ବଲପୁରୀ ଦିବସ ପାଳନ କରାଯାଇଛି। ଏହି ଅବସରର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ପଶ୍ଚିମାଞ୍ଚଳର ଧନାତ୍ମକ ଭାଷା, ସଂସ୍କୃତି ଓ ଐତିହ୍ୟକୁ ସମ୍ମାନ ଓ ପ୍ରଚାର କରିବା।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଓ ଶିକ୍ଷାବିଦ୍ ଶ ଅଶୋକ କୁମାର ପସାୟତ। ସେ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଶବ୍ଦ ବ୍ୟବହାର କରିବା ପାଇଁ ପ୍ରେରିତ କରିଥିଲେ ଓ ସେମାନେ ନିଜ ଭାଷା, ଜିଲ୍ଲା, ପରିଚିତ ସ୍ଥାନ ଓ ସଂସ୍କୃତି ବିଷୟରେ ଜଣିବା ଦରକାର ବୋଲି ଉପଦେଶ ଦେଇଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀନିବାସ ରାଓ ଗୋଡାଭର୍ତି, ପ୍ରଧାନଶିକ୍ଷକ ବିଶ୍ୱନାଥ ସାହୁ,କାର୍ଯ୍ୟକ୍ରମ ସମନ୍ୱୟକାରୀ ସନାତନ ସୁନା ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପ୍ରସ୍ତୁତି, ଅନୁଷ୍ଠାନ ର ଆକର୍ଷଣ ଥିଲା ଯାହା ଏହି ଅଞ୍ଚଳର ସାଂସ୍କୃତିକ ରୂପକୁ ଉଜାଗର କରିଥିଲା।ସମ୍ବଲପୁରୀ ଦିବସ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ମୂଳ ଚିହ୍ନ ଓ ସଂସ୍କୃତି ସହ ପରିଚିତ ହେବାର ଏକ ଅବସର ହୋଇ ରହିଥିବ ବୋଲି ବକ୍ତା ମାନେ କହିଥିଲେ।
ଆଜିର ସମ୍ବଲପୁରୀ ଦିବସ ପାଳନ ର ସଫଳତା ପାଇଁ ଶ୍ରୀମତୀ ରେଣୁ ରାଓ ଘୋଡ଼ାଭର୍ତ୍ତି, ,ଶ୍ରୀମତୀ ସରିତା ପଧାନ,ଶ୍ରୀମତୀ ମୀନାକ୍ଷୀ ସାହୁ,ଶ୍ରୀମତୀ ସୁରଭି ଦାଶ, ଶ୍ରୀମତୀ ବୀଣାପାଣି ଦାଶ,ଶ୍ରୀମତୀ ଶିବାଙ୍ଗୀ ବୈକର,ଶ୍ରୀମତୀ ରିଙ୍କି ବାରିକ,ଶ୍ରୀମତୀ ନେତ୍ରାମଣୀ ଭୋସାଗର,ଶ୍ରୀମତୀ ରଞ୍ଜୁଲତା ସାହୁ,ଶ୍ରୀମତୀ ମୀତା କୁମ୍ଭାର,ଶ୍ରୀମତୀ ଭୂମି ସାହୁ,ସୁରଜ କୁମାର ପ୍ରଧାନ,ଶ୍ରୀମତୀ ସବିତା ବେହେରା,ଶ୍ରୀମତୀ ସାଗରିକା ବନଛୋର,ଶ୍ରୀମତୀ ରୀତା ବାଗ,ଶ୍ରୀମତୀ ସୁବାସିନୀ ସାହୁ ଆଦି ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦେଇ ସମ୍ବଲପୁରୀ ଦିବସ ପାଳନ କରିଥିଲେ।ଶେଷରେ ଶିକ୍ଷକ ସନାତନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories