Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ରେ ଅଗଷ୍ଟ ୧୫ ପାଇଁ ପ୍ରସ୍ତୁତି ବୈଠକ

ଜମନକିରା : ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଇଁ ଆଜି ଜମନକିରା ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ଜାନୁଆରୀ ୨୬ ତାରିଖ ଦିନର ବିବରଣୀ ପଠନ କେସିଅର ପ୍ରଭାତ ଗୁରୁ ପଠନ କରିଥିବା ବେଳେ ବିଏସଏସଓ ରଞ୍ଜିତ ସାହୁ ପରିଚାଳନା କରିଥିଲେ। ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପୂର୍ବାହ୍ନ ସାଢେ଼ ୪ଟା ସମୟରେ ପ୍ରଭାତ ଫେରି ଏବଂ ପୂର୍ବାହ୍ନ ୯ ଟା ସମୟରେ ପତାକା ଉତ୍ତୋଳନ କରାଯିବ। ପତାକା ଉତ୍ତୋଳନ ପଞ୍ଚାୟତ ସମିତି ଅଧ୍ୟକ୍ଷା କରିବେ। ପ୍ୟାରେଡ କାର୍ଯ୍ୟକ୍ରମ ପତାକା ଉତ୍ତୋଳନ ପରେ ଶୁଭାରମ୍ଭ କରାଯିବ। ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବ। ଏହାପରେ ଛାତ୍ରୀଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷା ଆସ୍ରିତା ଭୋଇ, ତହସିଲଦାର ପ୍ରଭିଣା ବିଳୁଙ୍ଗ, ଏବିଡ଼ିଓ ମହିମା ସାହୁ ଙ୍କ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଓଏଭି ଅଧ୍ୟକ୍ଷ, ଫାଶୀମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା, ସ୍ବେଛାସେବୀ, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଏସଏସଓ ସାହୁ ଧନ୍ୟବାଦ୍ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories