Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନିଲ ଅମ୍ବାନୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ୧୭,୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ତଦନ୍ତ କରିବାକୁ ଯାଇ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରି ଅଗଷ୍ଟ ୫ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।

ଯେଉଁଠାରେ ତାଙ୍କୁ ଏହି ସମ୍ବର୍ଦ୍ଧିତ ପ୍ରଶ୍ନ ପଚରାଯିବା ସହ ଏଜେନ୍ସି ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ (PMLA) ତାଙ୍କ ବୟାନକୁ ମଧ୍ୟ ରେକର୍ଡ କରାଯିବ। ତେବେ ଗତ ସପ୍ତାହରେ ଅର୍ଥାତ୍ ଜୁଲାଇ ୨୪ରେ ତିନି ଦିନ ଧରି ଇଡି ଅନିଲ ଅମ୍ବାନୀଙ୍କ ବ୍ୟବସାୟିକ ଗୋଷ୍ଠୀର ଅନେକ କମ୍ପାନୀ ଏବଂ ଅଧିକାରୀମାନଙ୍କ ଉପରେ ଚଢାଉ କରାଯିବା ପରେ ତାଙ୍କୁ ଏହି ସମନ୍ ପଠାଯାଇଛି। ଏହା ପୂର୍ବରୁ ମଧ୍ୟ ମୁମ୍ବାଇର ୩୫ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଥିଲା। ଯେଉଁଥିରେ ୫୦ଟି କମ୍ପାନୀ ଉପରେ ଚଢ଼ଉ କରାଯାଇଥିଲା। ଯାହାକି ୨୫ ଜଣ ଅଧିକାରୀଙ୍କ ଥିଲା ଓ ସେହି ସମସ୍ତ ଅଧିକାରୀ ମାନେ ଅନିଲ ଅମ୍ବାନୀଙ୍କ କମ୍ପାନୀର ଥିବା ଜଣା ପଡିଛି। ୨୦୧୭-୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କ ଦ୍ୱାରା ଅମ୍ବାନୀଙ୍କ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ପ୍ରାୟ ୩,୦୦୦ କୋଟି ଟଙ୍କାର ବେଆଇନ ଋଣ ମାମଲାରେ ଏହି ମାମଲାର ତଦନ୍ତ ହୋଇଥିବା ସୂତ୍ରରୁ ଜଣାପଡ଼ିଛି।

ତେବେ ଏହି ତଦନ୍ତରେ ଅନେକ ପ୍ରକାରର ଗଡବଡ ଥିବା ଜଣାପଡିଛି। ଯେଉଁଥିରେ ଯାଞ୍ଚ ନହୋଇଥିବା କମ୍ପାନୀ ଗୁଡ଼ିକୁ ଋଣ ପ୍ରଦାନ କରାଯାଇଛି ଯାହାର କୌଣସି ଆର୍ଥିକ ଉତ୍ସ ନାହିଁ କିମ୍ବା ଦୁର୍ବଳ ଆର୍ଥିକ ପରିସ୍ଥିତି ଥିବା ଜଣାପଡିଛି। ଭୁଲ ଠିକଣା ବ୍ୟବହାର କରାଯିବା ସହ ଋଣ ଫାଇଲରେ ଆବଶ୍ୟକୀୟ କାଗଜପତ୍ର ନଥିବା, ସେଲ୍ କମ୍ପାନୀ ନାମରେ ଋଣ ମଞ୍ଜୁର କରିବା ଇତ୍ୟାଦି ସାମିଲ ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ