ବୀରମହାରାଜପୁର : (ସୌମିତ୍ରି ମେହେର) ସୁବଳୟା,ବରିଷ୍ଠ ନାଗରିକ ସଂଘ ର କର୍ମକର୍ତା ଓ ସଭ୍ୟ ମାନଙ୍କ ର ଏକ ବୈଠକ ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଆସନ୍ତା ସ୍ଵାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକରେ ଅନୁଷ୍ଠାର ସଭାପତି ନାରାୟଣ ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଥିବାବେଳେ ଉକ୍ତ ଦିବସ ଉତ୍ସାହ ଓ ଉଦ୍ଦିପନା ସହ ପାଲନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି l ଏହି ସଭାରେ ଅନୁଷ୍ଠାନ ର ଉପସଭାପତି ଅନ୍ତର୍ଯ୍ୟାମୀ ରଥ , ସଂପାଦକ ଓ ସହ ସମ୍ପାଦକ ପରମାନନ୍ଦ ମେଣ୍ଡୁଳି ଓ ଘନଶ୍ୟାମ ଦାଶ ଓ ଉପଦେଷ୍ଟା ମୁଖ୍ୟ ନନ୍ଦ କିଶୋର ମିଶ୍ର, ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ତଥା ଗିରିଧାରୀ ମେହେର, ସୁରେନ୍ଦ୍ର କୁମାର ସାହୁ, ଦୀନବନ୍ଧୁ ମଲ୍ଲିକ, ଗୌରାଙ୍ଗ ମହାପାତ୍ର ଆଦି ସଭ୍ୟ ମାନେ ଉପସ୍ଥିତ ରହି ନିଜ, ନିଜ ର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ, ଗଙ୍ଗାଧର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ସୁବଳୟା ବରିଷ୍ଠ ନାଗରିକ ସଙ୍ଗଠନ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
