Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ:ଭାଷା ସଂସ୍କୃତି ହିଁ ଗୋଟିଏ ଅଞ୍ଚଳର ପରିଚୟ

ସମ୍ବଲପୁର:ଗତ ୨ ଦିନ ଧରି ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ଜନ୍ମଦିନ ଉପଲକ୍ଷେ ଅଗଷ୍ଟ ଏକ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଲନ କରା ଯାଇଛି।ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ରେ ଆଜି ଗୁରୂ ବହିଦାରଙ୍କ ଜନ୍ମସ୍ଥାନ ସୋନପୁର ମାଟି ରୁ ଆସିଥିବା ମଶାଲ ଯାତ୍ରା କୁ ସ୍ବାଗତ କରାଯାଇଥିଲା l ଏହି ମଶାଲ ଯାତ୍ରା ରେ ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କର ନାତି ଏବଂ ପଶ୍ଚିମ ମିଡିଆର ସଦସ୍ୟ ମାନେ ସୋନପୁର ରୁ ଆସି ସାମିଲ ହୋଇଥିଲେ l ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ସଦସ୍ୟ ସଦସ୍ୟା ଏବଂ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ ର ବ୍ୟକ୍ତି ବିଶେଷ ମାନେ ଆସି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଙ୍କର ମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ l ପରେ ଦୁଇ ପହର ତିନି ଟା ରୁ ମଞ୍ଚ ପୂଜା ରୁ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ସର୍ବ ପ୍ରଥମେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ସର୍ବଶ୍ରେଷ୍ଠ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସମ୍ମାନ ରେ ନାଟ୍ୟକାର, ଅଭିନେତା ଗୁରୁ ଭୁବନ ଭୋଇ ଙ୍କୁ ଚଳିତ ବର୍ଷ ର ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।
ପରେ ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷ ରୁ କଳାକାର ମାନେ ସମ୍ବଲପୁରୀ ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଭବାନୀ କଳା ପରିଷଦ, ଢୋଲ ମୁହୁରୀ ପରିଷଦ, ଭରନି କଳା ପରିଷଦ, ଟିଟଳାଗଡ ଢ଼ାପ ନୃତ୍ୟ ପରିଷଦ, ପଞ୍ଚବାଦ୍ୟ ପ୍ରଭୃତି ଅନୁଷ୍ଠାନ ର କଳାକାର ମାନେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ।ଏହା ସହିତ ସହିତ ସମ୍ବଲପୁରୀ ପିନ୍ଧା ଉଢାନ ଉପରେ ରେମ୍ପ ସୋ ହେଇଥିଲା। ବରିଷ୍ଠ କଳାକାର ଶତ୍ରୁଘ୍ନ ଲୁହା,ନବୀନ କୁମାର, ଆଶୀର୍ବାଦ ମହାନ୍ତି, ଅରୁଣ ରାଜହଂସ, ଅର୍ପିତା ମିଶ୍ର, ତୁଲାରାମ କଲେତ, ଲିପିକା ବିଭାର, ଅଙ୍କିତ ରାଜ, ସୌଭାଗ୍ୟ ଲଷ୍ମୀ ଦାଶ ଗାୟକ ଗାୟିକା ମାନେ ସମ୍ବଲପୁରୀ ଭଜନ, ସମ୍ବଲପୁରୀ ଗୀତ ଗାଇ ଲୋକଙ୍କର ହୃଦୟ ଜିଣି ଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର , ମଞ୍ଚର ଉପଦେଷ୍ଟା ନାଉରି ନାୟକ, ପ୍ରମୋଦ ରଥ, ସମ୍ବପୂର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସପି ମୁକେଶ ଭାମୁ ମହାନଗର କମିଶନର, ଅତିଥି ଭାବେ ଯୋଗଦାନ କରିଥିଲେ।ଅନ୍ୟତମ ବିଜେପି ନେତ୍ରୀ ଶୁଭଶ୍ରୀ ମିଶ୍ର ମଧ୍ୟ ସମ୍ବଲପୁରୀ କଳା ସଂସ୍କୃତି ସାହିତ୍ୟ ଆହୁରି ଆଗକୁ କେମିତି ଯିବ ତାହା ଉପରେ କହିଥିଲେ। ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ସମ୍ବଲପୁରୀ ଭାଷା ସଂସ୍କୃତି ସାହିତ୍ୟ କୁ ବିଦେଶ ରେ କେମିତି ପ୍ରଚାର ପ୍ରସାର କରାଯିବ ତାହା ଉପରେ କାର୍ଯ୍ୟ କରିବାକୁ କହିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏବଂ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଆଇଆଇଏମ ନିର୍ଦ୍ଦେଶକ ମହାଦେବ ଜୟଶୱାଲ ସମ୍ବଲପୁରୀ ବସ୍ତ୍ର ଏବଂ ସଂସ୍କୃତି ଉପରେ ଗଭୀର ଭାବେ ଗବେଷଣା କରିବା ପାଇଁ ଉତ୍ସାହିତ କରିଥିଲେ। ସମ୍ବଲପୁର ଆରକ୍ଷୀ ମୁକେଶ ଭାମୁ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ଅବସରରେ ସାମିଲ ହୋଇ ଜନ ମାନସ ଙ୍କୁ ସମ୍ବଲପୁରୀ ପ୍ରତି ନିଷ୍ଠା ହେବା ପାଇଁ ଉତ୍ସାହିତ କରିଥିଲେ।ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ଆବାହକ ଶ୍ରୀ ଭବାନୀଷ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ଅନୁଷ୍ଠାନ ସଂଯୋଜକ ସୁବୋଧ ଦୋରା, ଉପଦେଷ୍ଟା ପ୍ରମୋଦ ରଥ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ଯୁବ ଶକ୍ତି ସଦସ୍ୟ, ନାରୀଶକ୍ତି ସଦସ୍ୟା ସଭିଏଁ ଏଥିରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories