Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ନାହାନ୍ତି ଜମନକିରା ର ଅରୁଣ ପଟ୍ଟନାୟକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସମ୍ବଲପୁରୀ ଦିବସ ପାଳନ କରୁଥିବା ବେଳେ ଜମନକିରା ଅଞ୍ଚଳର ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ଅରୁଣ କୁମାର ପଟ୍ଟନାୟକ ଓରଫ ବାବୁଲୁ ଙ୍କ ଗତକାଲି ହୃଦଘାତ ଜନିତ କାରଣରୁ ଦେହାନ୍ତ ହୋଇଯାଇଛି।
ସେ ଜଣେ ନିଷ୍ଠାପର, ସହୃଦୟ, ମିଷ୍ଟଭାଷୀ, ପରୋପକାରୀ ମଣିଷ ଭାବେ ସବୁ ମହଲରେ ପରିଚିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଦୁଇ ଦିନ ପୂର୍ବରୁ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା କୁ ନେଇ ଚିକିତ୍ସା କରାଇଥିଲେ। ତେବେ ଗତକାଲି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ତାଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ବିଭିନ୍ନ ଅନୁଷ୍ଠାନ ର ସେ ଜଣେ ସକ୍ରିୟ ସଦସ୍ୟ ଓ ସଂଗଠକ ଭାବେ ସବୁ ମହଲରେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories