Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଇକ୍ ପାର୍ଶ୍ବରୁ ଅଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସମ୍ବଲପୁର:ହୀରାକୁଦ ବାମପାର୍ଶ୍ବ ଡାଇକ୍ ପାଖରୁ ଏକ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ପଦମପୁର ଥାନା ବରପାଲି ଅଂଚଳର ଆଦିତ୍ୟ ସାହୁ ଗତ ୨୫ ତାରିଖରୁ ନିଖୋଜ ଥିବା ପୋଲିସ ପାଖରେ ରିପୋର୍ଟ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ଦିଗକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି । ସେ ପଦମ୍‌ପୁରର ଏକ କାର ସୋରୁମ୍‌ରେ କାମ କରୁଥିବା ସୂଚନା ମିଳିଛି।ମୃତଦେହ ନିକଟରୁ ଡିଜେଲ୍ ବୋତଲ ସହ ମଟର ସାଇକଲ ଉଦ୍ଧାର ହୋଇଛି | ତେବେ ପ୍ରାଥମିକ ଅନୁସନ୍ଧାନରୁ ଏହା ପ୍ରେମ ଜନିତ ହତ୍ୟା ବୋଲି ପରିବାରବର୍ଗ କହୁଥ‌ିବା ବେଳେ ବରଗଡ଼ ଓ ସମ୍ବଲପୁର ପୋଲିସ ମିଳିତ ଭାବେ ତଦନ୍ତ କରୁଥିବା ଜଣା ପଡ଼ିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories