ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା


ସମ୍ବଲପୁର:ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁରା ହାଇସ୍କୁଲ ର ପୂର୍ବତନ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟନାରାୟଣ ପଣ୍ଡା ମହୋଦୟ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବୁଢାରଜା ହାଇସ୍କୁଲ ର ପୂର୍ବତନ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଉଦିତ ପାଟଯୋଶୀ ମହୋଦୟ, ସମ୍ପାଦକ ଶ୍ରୀଯୁକ୍ତ ଜୟଶଙ୍କର ପାଢ଼ୀ, ଉପସଭାପତି ଡାକ୍ତର ଝାଙ୍କର, ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅମୃତ ପଟେଲ, ବିଜ୍ଞାନ ମେଳା ର ସହ ପ୍ରମୁଖ ଶ୍ରୀମତୀ ଅର୍ଣ୍ଣ ପୂର୍ଣ୍ଣା ପାଢ଼ୀ ମହୋଦୟା ମଂଚାସୀନ ଥିଲେ l ବିଦ୍ୟାଳୟ ର ଭଉଣୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା l ବିଦ୍ୟାଳୟ ର ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅମୃତ ପଟେଲ ଅତିଥି ମହଦୋୟଙ୍କ ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟ ର ବିଜ୍ଞାନ ସହ ପ୍ରମୁଖl ଶ୍ରୀମତୀ ଅର୍ଣ୍ଣ ପୂର୍ଣ୍ଣା ଗୁରୁମା ବିଜ୍ଞାନ ମେଳା ର ଉଦେଶ୍ୟ କଥନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ସକାରାତ୍ମକ ଚିନ୍ତା ଧାରl ଓ ସୃଜନୀ ଶକ୍ତି ଦ୍ୱାରା ବିଜ୍ଞାନ ର ଉନ୍ନତି ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ l ବିଶେଷ ଜ୍ଞାନ ହେଉଛି ବିଜ୍ଞାନ ର ପଥ ପ୍ରଦଶାର୍କ ବୋଲି ମତ ବ୍ୟକ୍ତ କରିଥିଲେ l ସମୁଦାୟ ଚାରି ଶହ ରୁ ଉର୍ଦ୍ଧ ପ୍ରକଳ୍ପ ସ୍ଥାନ ପାଇ ଥିଲା l ଏହି ମେଳା ର ପ୍ରତ୍ୟେକ ବିଭାଗ ରେ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିବା ପ୍ରତିଯୋଗୀ ସଂକୁଳ ସ୍ତରକୁ ଉନ୍ନୀତ ହୋଇଥିଲେ l ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ପାଢ଼ୀ ଧନ୍ୟ ବାଦ ଅର୍ପଣ କରିଥିଲେ।