ସମ୍ବଲପୁର: ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ପଞ୍ଚଦଶ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।
ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ସ୍ମରଣ ଶକ୍ତି ବୃଦ୍ଧି ର ବିଭିନ୍ନ କୌଶଳ ଉପରେ ଆଲୋଚନା କରିଥିଲେ ବିଶିଷ୍ଟ ଡାକ୍ତର ଲକ୍ଷ୍ମୀନାରାୟଣ ରଥ। ବୈଜ୍ଞାନିକ ତଥ୍ୟ କୁ ଉଦାହରଣ ସହ ବ୍ୟାଖ୍ୟା କରି ଶୃଙ୍ଖଳିତ ଜୀଵନ ଶୈଳୀ ହିଁ ମଣିଷ ର ସ୍ମରଣ ଶକ୍ତି ବୃଦ୍ଧି ପାଇଁ ସହାୟକ ହୁଏ ବୋଲି ସେ ବୁଝାଇଥିଲେ।
ଦ୍ଵିତୀୟ ଅଧିବେଶନ ରେ ସଂଯୋଜକ ରାଜେନ୍ଦ୍ର ପଣ୍ଡା ପିଲାଙ୍କ ସମ୍ବଲପୁର ଉପରେ ପିଲାଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ” ମୁଁ ସମ୍ଵଲପୁର କୁ କେତେ ଜାଣେ” ଶୀର୍ଷକ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମ ରେ ପିଲାଙ୍କୁ ସମ୍ବଲପୁର ଜିଲ୍ଲାର ଐତିହ, ସଂସ୍କୁତ୍ତି, ପରମ୍ପରା,କଳା ଓ କଳାକାର,ମନ୍ଦିର,ଚଳଚିତ୍ର, ସ୍ୱାଧୀନତା ସଂଗ୍ରାମୀ,ମହାପୁରୁଷ ଓ ସାହିତ୍ୟ ଉପରେ ବିଭିନ୍ନ ପ୍ରଶ୍ନ ସହ ଅଡିଓ ଭିଡିଓ ସହ ପିଲାଙ୍କ ମଧ୍ୟରେ ଜାଣିବା ଆଗ୍ରହ ସୃଷ୍ଟି କରିଥିଲେ ।
କାର୍ଯ୍ୟକ୍ରମ ର ସଂଯୋଜକ ଆରମ୍ଭରୁ ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷାପ୍ରଦାନ ସହ ସମସ୍ତ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ।ଆଜି ର କାର୍ଯ୍ୟକ୍ରମ ରେ ପ୍ରଶିକ୍ଷାର୍ଥୀ ମାନ ଙ୍କ ମଧ୍ୟରୁ ସୋନାଲି,ସିଦ୍ଧାର୍ଥ,ଗୌରବ,ଆଶୁତୋଷ,ଫତିମା,ମୋନାଲିସା,ସାକ୍ଷୀଓ ସୌରଭ, ପ୍ରମୁଖ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଶିଷ୍ଟ ବ୍ୟକ୍ତି ଭାବେ ପ୍ରଫେସର ଶଙ୍କରପ୍ରସାଦ ପତି ,ପ୍ରଫେସର. ଦେବେନ୍ଦ୍ର ପଣ୍ଡା, ଡାକ୍ତର ଜୟଦେବ ମେହେର ସମ୍ପାଦକ ରଘୁନାଥ ମିଶ୍ର,,ଅର୍ଜୁନ ରଞ୍ଜନ ପଣ୍ଡା, ଓ ଶିକ୍ଷାବିତ ଉଦିତ ପାଟଯୋଶୀ ପ୍ରମୁଖ ଉପସ୍ଥିତ ରହି ପିଲାଙ୍କୁ ପ୍ରୋତ୍ସାହିତ କରି ଥିଲେ । ବିଜୟ ସାହୁ ବୈଷୟିକ ସାହାଯ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୧୮ ଟି ବିଦ୍ୟାଳୟ ରୁ ୫୧ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ସ୍ମରଣ ଶକ୍ତି ବୃଦ୍ଧି କର, ଦୁନିଆଁ ବିଷୟ ରେ ଜାଣ
