Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଗସ୍ତରେ ଆସିବେ ଲିଓନେଲ୍ ମେସି

ନୂଆଦିଲ୍ଲୀ: ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ୧୪ ବର୍ଷ ପରେ ଭାରତ ଗସ୍ତରେ ଆସିବେ। ଏହା ପୂର୍ବରୁ ମେସି ୨୦୧୧ ମସିହାରେ ଭାରତ ଗସ୍ତ କରିଥିଲେ।

ଲିଓନେଲ୍ ମେସି ଭାରତର ୩ଟି ସହର ଗସ୍ତ କରିବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଲିଓନେଲ୍ ମେସି ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। ସେ କୋଲକାତା, ମୁମ୍ବାଇ ଏବଂ ଦିଲ୍ଲୀ ଗସ୍ତ କରିବେ। ରିପୋର୍ଟ ଅନୁଯାୟୀ, ମେସି ମୁମ୍ବାଇର ୱାଙ୍ଖଡେରେ ଏକ କ୍ରିକେଟ୍ ମ୍ୟାଚ୍ ଖେଳିବେ। ଯଦିଓ, ଲିଓନେଲ୍ ମେସିଙ୍କ ପକ୍ଷରୁ ଏନେଇ ଅଧିକାରୀକ ଘୋଷଣା ହୋଇନାହିଁ। ମେସି ଡିସେମ୍ବର ୧୨ ତାରିଖରେ କୋଲକାତା ଆସିବେ। ସେ ସୌରଭ ଗାଙ୍ଗୁଲି, ଲିଆଣ୍ଡର ପେସ୍, ଜନ୍ ଆବ୍ରାହମ୍, ବାଇଚୁଙ୍ଗ୍ ଭୁଟିଆ ଇତ୍ୟାଦିଙ୍କ ସହ ଏକ ସାତ ଦଳର ସଫ୍ଟ-ବଲ୍, ସଫ୍ଟ-ଟଚ୍ ଖେଳରେ GOAT କପ୍ ଖେଳିବେ। ଏହା ମେସିଙ୍କ ସମ୍ମାନାର୍ଥେ ଏକ ଉତ୍ସବ ହେବ।”

ପରେ ମେସି ଡିସେମ୍ବର ୧୪ରେ ମୁମ୍ବାଇ ପହଞ୍ଚିବେ। ମେସି ୱାଙ୍ଖଡେରେ GOAT କପ୍ ମଧ୍ୟ ଖେଳିବେ। ମେସି ଡିସେମ୍ବର ୧୫ରେ ଦିଲ୍ଲୀ ଆସିବେ। ଦିଲ୍ଲୀରେ ମେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ନେଇ ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ