Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତିଶୃତି ଦେବାର ୧୫ ଦିନ ପରେ ବି ଆରମ୍ଭ ହେଲା ନି କାମ, ଅସୁରକ୍ଷିତ ହୋଇଛି ଯାତାୟାତ

ଜମନକିରା : ଜମନକିରା ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାର୍ଯ୍ୟାଳୟ କାର୍ଯ୍ୟ କରୁଅଛି। ତେବେ ମିଶନ ଶକ୍ତି କାର୍ଯ୍ୟାଳୟର ଅଧିକାରୀଙ୍କୁ ନଜଣାଇ ତରବରିଆ ଭାବେ ଗତ ୨୧ତାରିଖ ରବିବାର ଦିନ କାର୍ଯ୍ୟଳୟ ସମ୍ମୁଖ ଭାଗରେ ଜେସିବି ଲଗାଇ ବ୍ଲକ ଉନ୍ନୟନ ବିଭାଗ ନିହ ଖୋଲି ଦେଇଥିଲେ। ଏହି ସମସ୍ୟା ସମ୍ପର୍କରେ ୨୨ ତାରିଖ ସୋମବାର ଦିନ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚରା ଯାଇଥିଲା। ସେ ୨ ଦିନ ଭିତରେ କାର୍ଯ୍ୟ ଆରମ୍ଭ କରାଯାଇ କାର୍ଯ୍ୟଳୟ କୁ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯିବ। କିନ୍ତୁ ନିହ ଖୋଲା ଯିବାର ଆଜକୁ ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ଅଦ୍ୟାବଧି କିଛି କାମ ଆରମ୍ଭ କରାଯାଇ ନାହିଁ। ଯଦ୍ୱାରା ଏହା ଉପରେ ନିର୍ଭର କରୁଥିବା ଅଧିକାରୀ, କର୍ମଚାରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଏବଂ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେବେ ୭ ଦିନ ମଧ୍ୟରେ ଏହାର ପ୍ରତିକାର କରାନଗଲେ ନିହ କୁ ପୁନର୍ବାର ପୋତି ଦିଆଯିବ ବୋଲି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ମିଶନ ଶକ୍ତି କାର୍ଯ୍ୟାଳୟ ଉପରେ ୨୧ ଗୋଟି ପଞ୍ଚାୟତର ପ୍ରାୟ ୧୭ ହଜାର ମହିଳା ନିର୍ଭରଶୀଳ ଅଟନ୍ତି। ପ୍ରତ୍ୟେକ ଦିନ ମହିଳା ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ କାର୍ଯ୍ୟାଳୟ କୁ ଆସି ବିଭିନ୍ନ କାର୍ଯ୍ୟ କରିଥାନ୍ତି। କେତେକ ମହିଳା ମାନଙ୍କ ସହ ତାଙ୍କର ଛୋଟ ଛୋଟ ପିଲା ଛୁଆ ମାନେ ବି ସାଥୀରେ ଆସିଥାନ୍ତି। ତେବେ ଗତ ୨୧ ତାରିଖ ରବିବାର ଦିନ ବ୍ଲକ ଉନ୍ନୟନ ବିଭାଗ ଯନ୍ତ୍ରୀ ମାନେ ଠିକାଦାରଙ୍କ ସହ ମିଶି ଖାମଖିଆଲି ଭାବେ ବିଭାଗର କାହାକୁ କିଛି ନଜଣାଇ କାର୍ଯ୍ୟଳୟ ସମ୍ମୁଖରେ ବାଡ଼ ଦେବା ପାଇଁ ନିହ ଖୋଲି ଦେଇଥିବାରୁ ନାନା ଅସୁବିଧା ଦେଖାଦେଇଛି। ମହିଳା ମାନେ ତାଙ୍କ ପିଲା ଛୁଆଙ୍କୁ ନେଇ ଯିବା ଆସିବା କରିବା ବେଳେ ପଡ଼ି ଝୁଣ୍ଟି ହେଉଥିବା ଅଭିଯୋଗ ହେଉଛି। ଆଗାମୀ ଦିନରେ ଯେପରି କୌଣସି ବଡ ଅଘଟଣ ନହେବ, ତା ପୂର୍ବରୁ ଶୀଘ୍ର କାମ ଶେଷ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଥିଲା। ତେବେ କାମ ଆରମ୍ଭ ନହେବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ୟା ନେଇ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ନିଆଯାଇ ପାରିନଥିଲା। ପରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ, ମୁଁ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଏସଂକ୍ରାନ୍ତରେ ବୁଝି କି ଶୀଘ୍ର କାମ ଶେଷ କରିବା ପାଇଁ କହିବି ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories