Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଜନତା ପାର୍ଟି ସମ୍ବଲପୁର ଜିଲ୍ଲାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଗୁରୁବାର ସାମ୍ବାଦିକ ଭବନ କୁଚିଣ୍ଡାରେ ଭାରତୀୟ ଜନତା ପାର୍ଟି ସମ୍ବଲପୁର ଜିଲ୍ଲା ତରଫରୁ ଆଗାମୀ ଅଗଷ୍ଟ ମାସର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଶିମlଞ୍ଚଳ ଖଟେଇ, ଜିଲ୍ଲା ସଭାପତି ଗିରିଶ ପଟେଲ, ରାଜ୍ୟ ଆଦିବାସୀ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅନୁପମା ନାଏକ, ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲ ବରିଷ୍ଠ ନେତା ସଇଲେନ୍ଦ୍ର ନାଏକ ଓ ବିଭିନ୍ନ ମଣ୍ଡଳରୁ ଆସିଥିବା ମଣ୍ଡଳ ସଭାପତି ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ବୈଠକରେ ତ୍ରିରଙ୍ଗା ଯାତ୍ରା, ହର ଘର ତ୍ରିରଙ୍ଗା, ଦେଶ ବିଭାଜନର ବିଭୀଷିକା ଓ ସ୍ୱଚ୍ଛ ଭାରତ ଯୋଜନା ସହିତ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ର ପ୍ରାକ୍ ପ୍ରସ୍ତୁତି ଓ ସୁଚାରୁ ରୂପେ ସମ୍ପାଦନା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories