Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁସୂଚିତ ଜନଜାତି ଦିବସ ଉପଲକ୍ଷେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ଶୋଭାଯାତ୍ରା

ସମ୍ବଲପୁର:ସମ୍ବଲପୁର ଜିଲ୍ଲା କଂଗ୍ରେସର ରେଢାଖୋଲ ସମ୍ବଲପୁର ସହର ,ବୁର୍ଲା,ହୀରାକୁଦ, କୁଚିଣ୍ଡା,ରେଙ୍ଗାଲି ର ଶତାଧିକ କଂଗ୍ରେସ କର୍ମୀ ବିଶେଷକରି ଅନୁସୂଚିତ ଜନଜାତି କର୍ମୀ କର୍ମକର୍ତ୍ତା ଏକ ରାଲି ରେ ସମ୍ବଲପୁର କଂଗ୍ରେସ ଭବନରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ରାଲିରେ ଅନୁସୂଚିତ ଜନଜାତି ଙ୍କ ବିରୋଧୀ କାମ ନେଇ ବିଜେପି ସରକାର ବିରୋଧରେ ନାରା ଦିଆ ଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମୟର ହୋଇଥବା ଜଙ୍ଗଲ ଆଇନ ୨୦୦୬ ଓ ସଂଶୋଧନ ୨୦୧୨ କୁ ବିଜେପି ସରକାର ସଠିକ୍ ରୂପେ କାର୍ଯ୍ୟକାରୀ ନ କରିବା ନେଇ ନାରା ଦିଆଯାଇଥିଲା। ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସିକୃତି ଆଇନ ୨୦୦୬ ଓ ନିୟମ ୨୦୦୭ ସଂଶୋଧନ ୨୦୧୨ କୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଥିଲା। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ଆଇନଜୀବୀ ଦୁର୍ଗା ପାଢ଼ୀଙ୍କ ନେତୃତ୍ଵରେ ଅନୁଷ୍ଠିତ ସଭା ପରେ ଅତିରିକ୍ତ ଜିଲ୍ଲାପାଳ ସିଧାଂଶୁ ଭୋଇ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ଆସଫ ଖାଁ, ଅନୁସୂଚିତ ଜନଜାତି ନେତା କୁଚିଣ୍ଡା ବିଧାୟକ ପ୍ରାର୍ଥୀ କେଦାର ବରିହା, ପିସିସି ସମ୍ପାଦକ ରେଙ୍ଗାଲି ବିଧାୟକ ପ୍ରାର୍ଥୀ ଦିଲୀପ ଦୁରିଆ ପ୍ରମୁଖ ଉଦବୋଧନ ଦେଇଥିଲେ। ମହିଳା ନେତ୍ରୀ ସୂତପା ମିତ୍ର, କବିତା ପଟ୍ଟନାୟକ, ସେବାଦଳ ନେତ୍ରୀ ବିନୋଦିନ ଦୀପ , ଓବିସି ଜିଲ୍ଲା ସଭାପତି ଶିବ ପ୍ରଧାନ, ଜିଲ୍ଲା ସଂଖ୍ୟାଲଘୁ ସଭାପତି ଏମ ଡି ମୁକ୍ତର ଖାଁ, ହୀରାକୁଦ ସଭାପତି ରବି ରାଉତ, ନେତା ଜିତେନ ମହାନନ୍ଦ, ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ମିଶ୍ର, ବାବୁ ଖାଁ, ଲକ୍ଷ୍ମୀ ପ୍ରଧାନ,ଲଳିତ ସରଭଙ୍ଗ, ଏମ ଡି ସଲିମ୍ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories