Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୁରେନଙ୍କ ବିୟୋଗରେ ଶୋକସଭା

ସମ୍ୱଲପୁର:ସମ୍ୱଲପୁର ମହାନଗର ନିଗମ ହୀରାକୁଦରେ ଗଣ୍ଡା ସମାଜ ପକ୍ଷରୁ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୁରେନ୍ ଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ବୁର୍ଲା ଗଣ୍ଡା ସମାଜ ପରିଷଦ ସଭାପତି ଲକ୍ଷ୍ମୀ ମହାନନ୍ଦ ସଭାପତିତ୍ବ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁରେନ୍ ଙ୍କ ସ୍ମୃତି ଚାରଣ କରାଯାଇଥିଲା। ଭାରତବର୍ଷର ଆଦିବାସୀ ସମାଜ ଲାଗି ‘ଦିଶୋମ ଗୁରୁ’ ବା ଦେଶର ଗୁରୁ ଭାବରେ ପରିଚିତ ଓ ଝାଡ଼ଖଣ୍ଡବାସୀଙ୍କ ଲାଗି ଭଗବାନଙ୍କଠାରୁ କମ ନଥୁବା ବର୍ଷୀୟାନ ରାଜନୀତିଜ୍ଞ ଶିବୁ ସୋରେନ। ଲଢ଼େଇ-ସଂଘର୍ଷ ଓ ସଫଳତାର ଏକ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଭାବରେ ସେ ସମଗ୍ର ଆଦିବାସୀ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇଥିଲେ। ନିଜ ସମାଜ ଲାଗି ବା ଦେଶର ସବୁଠାରୁ ପଛୁଆ ବର୍ଗର ଉତଥାନ ଲାଗି ସାରା ଜୀବନ ସଂଘର୍ଷ କରିଯାଇଥିବା ଶ୍ରୀ ସୋରେନଙ୍କର ୮୧ ବର୍ଷ ବୟସରେ ଗତ ସୋମବାର ନୂଆଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ପରଲୋକ ଘଟିଥିଲା ଯାହା ଆମ ସମାଜ ପାଇଁ ବଡ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା। ପରିଷଦ ର ଉପ ସଭାପତି ତ୍ରିନାଥ ମହାନନ୍ଦ, ବାବା ବାଗ, ଜୟ ଲୁହା, ନୀଳ ସୁନା, ବୁନୁ ସୁନା, ବିନିତ୍ ହରିପାଲ, ମହାବୀର ଦୀପ, ସୁମନ୍ତ ନାଏକ, ସୁବ୍ରତ ଲୁହା, କରନ୍ ନିଆଳ ଉପସ୍ଥିତ ରହିଥିଲେ। ଶେଷରେ ତ୍ରିନାଥ ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories