Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ:ରାକ୍ଷୀ ପୂର୍ଣ୍ଣିମା ପାରମ୍ପରିକ ହିନ୍ଦୁ ପର୍ବର ସୁରକ୍ଷା କବଚ

ସମ୍ବଲପୁର:ରାକ୍ଷୀ ପୂର୍ଣ୍ଣିମା ଭଳି ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ସୁରକ୍ଷାର ଏକ ବିରଳ ଦୃଷ୍ଟାନ୍ତ। ଏହି ପର୍ବ ଭାଇ ଓ ଭଉଣୀ ଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ପ୍ରେମ ଆବିଳତାର ସୁରକ୍ଷା ବନ୍ଧନ। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଉଜ୍ଜଳ ଭବିଷ୍ୟତ ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଥିବା ବେଳେ ଭାଇ ତାର ଭଉଣୀକୁ ରକ୍ଷାକରିବା ପାଇଁ ସଂକଳ୍ପ ନେଇଥାଏ। ମୋଟାମୋଟି କହିବାକୁ ଗଲେ ରାକ୍ଷୀ ଏକ ସୁରକ୍ଷାର ପ୍ରତୀକ ହୋଇଥିବାରୁ ପାରିବାରିକ ଓ ସାମାଜିକ ବନ୍ଧନ ଅଟେ ବୋଲି ଧନୁପାଲି ସରସ୍ବତୀ ଶିଶୁ ମନ୍ଦିର ଠାରେ ଆୟୋଜିତ ରକ୍ଷା ବନ୍ଧନ ଉତ୍ସବରେ ବକ୍ତା ମାନେ କହି ରାକ୍ଷୀ ପୂର୍ଣ୍ଣିମା ମାହାତ୍ମ୍ୟ, ସ୍ଵଭାଵ ଗଙ୍ଗାଧର ମେହେରଙ୍କ ସାହିତ୍ୟ ସାଧନା ଓ କ୍ରାନ୍ତି ଦିବସ ଉପରେ ଦିଗନ୍ତ ଦର୍ଶନ ପ୍ରଦାନ କରିଥିଲେ।
ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ଅଂଚଳ ର ସୁନାମଧନ୍ୟ ଆୟୁର୍ବେଦିୟ ଚିକିତ୍ସକ ଡାକ୍ତର ରାଜାରାମ ଷଡଙ୍ଗୀ ଦୀପ ପ୍ରଜ୍ବଳନ କରିଥିଲେ l ବିଦ୍ୟାଳୟ ର ସଭାପତି ଡ଼କ୍ଟର ଦେବେନ୍ଦ୍ର ପଣ୍ଡା, ସମ୍ପାଦକ ଜୟ ଶଙ୍କର ପାଢ଼ୀ, ବିଦ୍ୟାଳୟ ର ଓଡ଼ିଆ ଅଧ୍ୟା ପନା କରୁଥିବା ମୁଖ୍ୟ ବେବିରାଣୀ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ମଞ୍ଚା ସୀନ ଥିଲେ l ବିଦ୍ୟାଳୟ ର ଭଉଣୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମହାପାତ୍ର ଅତିଥି ପରିଚୟ ସହ ଉତ୍ସବର ବୈଶିଷ୍ଟ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଡାକ୍ତର ଷଡଙ୍ଗୀ ଆଜିର ଦିବସ ର ମହତ୍ୱ ଓ ଉଦେଶ୍ୟ ବିଷୟରେ ଅବତାରଣା କରିଥିଲେ l ମୁଖ୍ୟବକ୍ତା ବେବିରାଣୀ ରାଖୀ ଦିବସ ର ଗୁରୁତ୍ୱ ସମାଜ ପାଇଁ କଣ ରହିଛି ତାହା ମତ ବ୍ୟକ୍ତ କରିଥିଲେ l ବିଦ୍ୟାଳୟ ର ସଭାପତି ଡ଼କ୍ଟର ପଣ୍ଡା ତାଙ୍କ ଅବିଭାଷଣରେ ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନ, ଗଙ୍ଗାଧର ମେହେର ଙ୍କ ତପସ୍ୱିନୀ କାବ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ l ଆଜିର ଉତ୍ସବରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ପାଢ଼ୀ ମହୋଦୟ ରକ୍ଷା ବନ୍ଧନ ର ଆଭିମୁଖ୍ୟ ବିଷୟ ରେ ଅବତାରଣ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଆଚାର୍ଯ୍ୟ କ୍ରାନ୍ତି ଦିବସ ଉପରେ ସମ୍ୟକ ଧାରଣା ଦେବା ସହ ଭାଇ ଭଉଣୀଙ୍କ ମଧ୍ୟରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ ତୃପ୍ତି ମୟୀ ବାଗ ଗୁରୁମା ଧନ୍ୟବାଦ ପ୍ରଦାନ କରିଥିଲେl ବିଦ୍ୟାଳୟ ର ସମସ୍ତ ଶିକ୍ଷାର୍ଥୀ ମାନଙ୍କ ସହ ଗୁରୁଜୀ ଗୁରୁମା ମାନେ ଏହି ଉତ୍ସବ ରେ ଅଂଶ ଗ୍ରହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories