ନାକଟିଦେଉଳ ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ରେ ରାକ୍ଷୀ ପୂର୍ଣ୍ଣିମା ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ


ସମ୍ବଲପୁର:ନାକଟିଦେଉଳ ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନ ଗୁଡିକ ତରଫରୁ ତା ୯.୮.୨୦୨୫ ରିଖ ଶନିବାର ଦିନ ରକ୍ଷା ବନ୍ଧନ, ରାକ୍ଷୀ ପୂର୍ଣ୍ଣିମା ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଥିଲା । ନାକଟିଦେଉଳ,ବଳମ, ସାହେବୀ,ବାଟଗାଁ, ଶିମିଳୀପାଳ , ସାହେବୀ ଓ କିସିଣ୍ଡା ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ରେ ରକ୍ଷା ବନ୍ଧନ ଓ ମେହେର ଜୟନ୍ତୀ ପାଳିତ ହୋଇଥିଲା । ଶିଶୁ ଭଉଣୀ ମାନେ ଥାନା, ଡାକ୍ତର ଖାନା ଓ ମନ୍ଦିର ଛକ ରେ ଭଦ୍ରବ୍ୟକ୍ତି ମାନଙ୍କୁ ରାକ୍ଷୀ ପିନ୍ଧାଇ ଥିଲେ । ନାକଟିଦେଉଳ ବ୍ଳକ୍ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଜୁରାପାଲି, ସରାପାଲି, ନାକଟିଦେଉଳ, ଉପରମୁଣ୍ଡା ପ୍ରଭୃତି ଗ୍ରାମଗୁଡିକ ରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନ ର ମୁଖ୍ୟମାନେ ରକ୍ଷାବନ୍ଧନ ଓ ମେହେର ଜୟନ୍ତୀ ର ମହତ୍ତ୍ୱ ସମ୍ପର୍କରେ ପିଲା ମାନଙ୍କୁ ବୁଝାଇଥିଲେ ।