Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିଣ୍ଡାଲକୋ ପାୱାର ଶ୍ରମିକ ସଂଗଠନର ନୂତନ କର୍ମକର୍ତ୍ତା:ସଂଜିତ ମହାନ୍ତି ଉପଦେଷ୍ଟା ଓ ମହମ୍ମଦ ମୃତୁଜା ସଭାପତି ନିର୍ବାଚିତ

ସମ୍ବଲପୁର: ହିଣ୍ଡାଲକୋ ପାୱାର ଶ୍ରମିକ ସଂଗଠନ ନିର୍ବାଚନରେରେ ହିନ୍ଦ୍ ମଜଦୂର ସଭାର ବିଜୟ ହୋଇଥିବାବେଳେ ଆଜି ସଂଗଠନର କର୍ମକର୍ତ୍ତା ନିର୍ବାଚିତ କରାଯାଇଛି। ଏଥିରେ ସଂଜିତ ମହାନ୍ତି ଉପଦେଷ୍ଟା ଓ ମହମ୍ମଦ ମୃତୁଜା ଙ୍କୁ ସଭାପତି ଭାବରେ ହିନ୍ଦ ମଜଦୂର ସଭା ଅନୁମୋଦନ କ୍ରମେ ରାଜ୍ୟ ଶାଖା କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଜି ହିଣ୍ଡାଲକୋ ସ୍ଥିତ ଉନିଅନ୍ କାର୍ଯ୍ୟାଳୟରେ ସ୍ଵାଗତ କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ ହିଣ୍ଡାଲକୋ ରେ କାର୍ଯ୍ୟରତ କର୍ମଚାରୀଙ୍କ ଅବସର ବୟସ ସୀମା କୁ ୫୮ ରୁ ୬୦ କରିବା, ସି ବି ଏସ ସି ସ୍କୁଲ ନିର୍ମାଣ, ନୂତନ ଷ୍ଟାଫ୍ କ୍ୱାଟର ନିର୍ମାଣ, ସ୍ଥାନୀୟ ଯୁବକ ଙ୍କୁ ନିଯୁକ୍ତି, ଠିକା ଶ୍ରମିକ ସ୍ଥାନରେ ସ୍ଥାୟୀ ନିଯୁକ୍ତି, ଖାଲି ପଦବୀ ପୂରଣ ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ଅଧିକାର ପାଇଁ ଆଲୋଚନା ଓ ସଂଗ୍ରାମ ପାଇଁ ସଂଗଠିତ ହେବାପାଇଁ ଆହ୍ଵାନ କରାଯାଇଥିଲା।
ଆଜିର ସ୍ଵାଗତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏଚ୍ ଏମ୍ ଏସ ରାଜ୍ୟ ପରିଷଦ ସଦସ୍ୟ ଦୁର୍ଯ୍ୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ରୋଷନ ସିଂ, ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ବେହେରା, ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶୋଇ, ପାଘୁଲାଲ ବିଶ୍ଵାଳ, ମିଲୁ ଚରଣ ସାହୁ, ଦୁଷ୍ମନ୍ତ ପରିଡ଼ା, ଯୁଗ୍ମ ସମ୍ପାଦକ ତୁଷାର ନାଥ, ମନୋଜ ବିଶ୍ଵାଳ, ବିଭୂତି ଭୂଷଣ ଦାସ, ବିରେନ୍ଦ୍ର କୁମ୍ଭାର, କୋଷାଧ୍ୟକ୍ଷ ହୃଦାନନ୍ଦ ପରିଜା, ସହ ସମ୍ପାଦକ ସଞ୍ଜୀବ ବାରିକ, ନାରାୟଣ ବାତ୍ୟା ଙ୍କ ସହ ୯ ଜଣଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ନିଯୁକ୍ତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories