ସମ୍ବଲପୁରରେ କଫ ସିରପର ଚୋରାବେପାର, ପୁଣି ଧରାପଡ଼ିଲା ୨୪୦ ବୋତଲ କଫ ସିରପ : ୩ ଗିରଫ


ସମ୍ବଲପୁର:ସମ୍ବଲପୁର ସହରରେ କଫ ସିରପ ନିଶା କାରବାର ବନ୍ଦ ହେବାର ନାଆଁ ନେଉନାହିଁ। ନିୟମିତ ବ୍ୟବଧାନ ରେ ସମ୍ବଲପୁର ପୋଲିସ ଦ୍ୱାରା ଗିରଫ ହେଉଛନ୍ତି ଚୋରା ବେପାରୀ, ଜବତ ହେଉଛି ଶହ ଶହ ସଂଖ୍ୟାରେ କଫ ସିରପ ବୋତଲ l ଏଥିଶହ ନିଶାର କରାଳ ଛାୟରେ ଢାଙ୍କି ହୋଇଯାଉଛନ୍ତି ହଜାର ହଜାର ସଂଖ୍ୟାରେ ଯୁବ ବର୍ଗ।ଶୁକ୍ରବାର ପୁଣି ବୁର୍ଲା ଅଂଚଳରୁ ବୁର୍ଲା ପୋଲିସ ଦ୍ୱାରା ଧରାପଡିଛନ୍ତି ୩ ଜଣ ଅଭିଯୁକ୍ତ।ବୁର୍ଲା ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ବୁର୍ଲା ମହତାବ ନଗର ନିବାସୀ ଗିରିଶ ଚନ୍ଦ୍ର ତାଣ୍ଡିଆ (୧୯ ) ଓ ଗୋଲକୁଣ୍ଡା ର କାଳିଆ ମହତ୍ତମ ପ୍ଲାଟିନମ ଛକ ଦେଇ ଗୋଟିଏ କଳା ରଙ୍ଗର ହୋଣ୍ଡା ବାଇକ, ରେଜିଷ୍ଟ୍ରସନ ନମ୍ବର ଓଡ଼ିଆ ୧୫ ଟି ୩୬୦୨ ଓ ଲାଲ ରଙ୍ଗର ହୋଣ୍ଡା ସାଇନ, ରେଜିଷ୍ଟ୍ରସନ ନମ୍ବର ଓଡି ୧୫ ଏମ ୧୭୫୩ ତଥା ଗୋଲକୁଣ୍ଡା ଗାଆଁ ର ସିଦ୍ଧାନ୍ତ ରାଉତ ( ୨୦ ) ନୀଳ ରଙ୍ଗର ହୋଣ୍ଡା ଏସପି ଓଡି ୧୫ ଜେଡ ୨୮୫୯ ଗାଡ଼ିରେ ଯାଉଥିବା ବେଳେ ବୁର୍ଲା ପୋଲିସ ଦ୍ୱାରା ଯାଞ୍ଚ ବେଳେ ୨୪୦ ବୋତଲ ବିନ୍ସରେକ୍ସ କଫ ସିରପ ଗାଡି ଡ଼ିକି ରୁ ଜବତ କରାଯାଇଥିଲା l ଅଭିଯୁକ୍ତ ଙ୍କର ବିରୁଦ୍ଧରେ ଏନଡିପିଏସ ଧାରାରେ ମାମଲା ଦାୟର କରାଯାଇଛି ଓ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚାନା ମିଳିଛି।