Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫଟୋଗ୍ରାଫି ଦିବସରେ ହେବ ଫଟୋ ପ୍ରଦର୍ଶନୀ

ସମ୍ବଲପୁର: ଆସନ୍ତା ୧୯ ତାରିଖରେ ଆନ୍ତର୍ଜାତୀୟ ଫଟୋଗ୍ରାଫି ଦିବସ ଅବସରରେ ଫଟୋ ପ୍ରଦର୍ଶନୀ ଆୟୋଜନ ପାଇଁ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ବୈଠକରେ ସ୍ଥିର ହୋଇଛି। ଶନିବାର ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁଭାଷ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୪ ତାରିଖ ସୁଦ୍ଧାପ୍ରଦର୍ଶନୀ ପାଇଁ ଫଟୋ ଗୁଡିକ ସାମ୍ବାଦିକମାନଙ୍କୁ ଫଟୋଗୁଡ଼ିକ ସାମ୍ବାଦିକ ସଂଘର ସମ୍ପାଦକ ଶଙ୍କର ବେହେରାଙ୍କୁ ପଠାଇବାକୁ ଅନୁରୋଧ କରାଯାଇଛି।ମନୋନୀତ ହୋଇଥିବା ଫଟୋଗୁଡିକ ପ୍ରଦର୍ଶନୀରେ ରେ ପ୍ରଦର୍ଶିତ ହେବ।ସମ୍ବଲପୁରରେ କଲାତ୍ମକ ଫଟୋଗ୍ରାଫି ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସଭାପତି ପତି ଶ୍ରୀ ପାଣିଗ୍ରାହୀ ସୂଚନା ନା ଦେଇଛନ୍ତି।ବୈଠକରେ ସଂଘର ଉପସଭାପତି କିଶୋର ସାହୁ, ସାଧାରଣ ସଂପାଦକ ଶଙ୍କର ବେହେରା, ବରିଷ୍ଠ ସଭ୍ୟ ପ୍ରିୟରଞ୍ଜନ ବାବୁ, ପ୍ରିୟରଞ୍ଜନ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories