ସମ୍ବଲପୁର,:ମା ସମଲେଶ୍ୱରୀ ମନ୍ଦିର ପରିସର ସ୍ଥିତ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ସଭାପତି ସଞ୍ଜୟ ବାବୁଙ୍କ ସଭାପତିତ୍ୱ ରେ ଏକ ଗୁରୁତ୍ୱପୂର୍ଣ ବିଷୟ କୁ ନେଇ ଆଲୋଚନା ହେଇଥିଲା | ଏହି ପ୍ରସ୍ତୁତି ବୈଠକରେ ଟ୍ରଷ୍ଟ ବୋର୍ଡ ର ସଭ୍ୟ ଏବଂ ସମ୍ବଲପୁର ର ଅନେକ ସୁନାମଧନ୍ୟ ସଂଗୀତ ନିର୍ଦେଶକ, ଗାୟକ ତଥା କଳାକାର ମାନେ ସାମିଲ ହୋଇଥିଲେ | ଆଜିର ଆଲୋଚନା ରେ ଅନେକ ଦିନରୁ ସଙ୍କଳ୍ପିତ ମା ସମଲେଶ୍ୱରୀଙ୍କ ପୀଠ ରେ ଭଜନ ପରିବେଶଣ ପାଇଁ ବିସ୍ତୃତ ଆଲୋଚନା ହେଇଯାଇଛି | ପ୍ରଥମେ ପ୍ରତି ମାସର ଦୁଇଟି ରବିବାର ସନ୍ଧ୍ୟାରେ ଏହି ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ନିଷ୍ପତ୍ତି ନିଆଯାଇଛି | ଜନାଦୃତି କୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ର ବ୍ୟବଧାନ ସଂକ୍ରାନ୍ତୀୟ ନିଷ୍ପତ୍ତି ପରବର୍ତୀ ପର୍ଯ୍ୟାୟରେ ନିଆଯିବ | ଭଜନ ସନ୍ଧ୍ୟା ରେ ସ୍ଥାନୀୟ କଳାକାର ମାନଙ୍କ ସହଭାଗିତା ରେ ଏହି କାର୍ଯ୍ୟକ୍ରମ ପରିବେଷିତ ହେବ | ଆସନ୍ତା ରବିବାର ତା: ୧୭.୦୮. ୨୦୨୫ ଠାରୁ ଏହି ଭଜନ ସନ୍ଧ୍ୟା ମା ସମଲେଶ୍ୱର ମନ୍ଦିର ପରିସରରେ ଆରମ୍ଭ ହେବ। ଏହି ଦିନ ସମ୍ବଲପୁର ମହାନଗର ନିଗମ ଅଂଚଳ ର ସମସ୍ତ ବିଶିଷ୍ଟ କଳାକାର ମାନଙ୍କ ଉପସ୍ଥିତିରେ ଏହି ଭଜନ କାର୍ଯ୍ୟକ୍ରମ ମା ସମଲେଶ୍ୱରୀଙ୍କ ଚରଣରେ ସମର୍ପିତ ହେବ | ରବିବାର ସନ୍ଧ୍ୟା ୬ ଘଟିକା ରୁ ଆରମ୍ଭ ହେଇ ଏ କାର୍ଯ୍ୟକ୍ରମ ରାତି ୭.୪୫ ସମୟରେ ସମାପ୍ତ ହେବ। ଏ ପ୍ରକାରର ଏହା ପ୍ରଥମ କାର୍ଯ୍ୟକ୍ରମ ହେଇଥିବାରୁ ମନ୍ଦିର ପ୍ରଶାସନ ସମସ୍ତ ଭକ୍ତ ଓ କଳାକାର ମାନଙ୍କର ସହଯୋଗ କାମନା କରୁଛନ୍ତି | ଆଜିର ଏହି ଆଲୋଚନାରେ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ , ସଦସ୍ୟ ପ୍ରଫୁଲ୍ଲ ହୋତା , ଦେବ କୁମାର ଅଜମେରୀଆ, ସନ୍ତୋଷ ପ୍ରୂସେଠ , ବୀରେନ୍ଦ୍ର ରା଼ଏ , କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ଆଚାର୍ଯ୍ୟ ତଥା ସଂଗୀତ ଜଗତର ପରିଚିତ ବ୍ୟକ୍ତି ବିଶେଷ ଶ୍ରୀ ରଞ୍ଜନ ସାହୁ, ଶ୍ରୀ ତ୍ରିଲୋଚନ ତ୍ରିପାଠୀ , ଶ୍ରୀ ଦୁର୍ଗା ଦାଶ ,ଶ୍ରୀ ରତନ ପୂଜାରୀ , ଡ୍: ମୋହିତ ସ୍ୱାଇଁ ,ଶ୍ରୀ କୃଷ୍ଣ ବାଘ , ଶ୍ରୀ ଦେବାଶିଷ ପାଢ଼ୀ , ଶ୍ରୀ ସଶାଙ୍କ ଶେଖର ଦୁବେ ପ୍ରମୁଖ ସାମିଲ ହୋଇ ବିଭିନ୍ନ ସୁଚିନ୍ତିତ ମତାମତ ଦେବା ସହ ସମ୍ପୂର୍ଣ ସହଯୋଗ କରିବାର ନିର୍ଭର ପ୍ରତିଶୁତି ଦେଇଥିଲେ।
ଏଣିକି ପ୍ରତିମାସ ଦ୍ୱିତୀୟ ରବିବାର ମା ସମଲେଶ୍ୱରୀ ପୀଠରେ ଭଜନ ସନ୍ଧ୍ୟା
