Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ପ୍ରାପ୍ତ CISF ASI ଙ୍କ ଘର ବାହୁଡ଼ା ପରେ ସ୍ଵାଗତସମ୍ବଦ୍ଧନା

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁରିଆପାଲି ଗ୍ରାମର ସ୍ବର୍ଗତ ନାରାୟଣ ସାଗର ଓ ମିନି ସାଗର ଙ୍କ ଜ୍ୟେଷ୍ଠ ପୁତ୍ର କାଳୀ ଚରଣ ସାଗର ଦୀର୍ଘ ୩୦ ବର୍ଷ ଧରି କେନ୍ଦ୍ରୀୟ ଶିଳ୍ପ ଶଶସ୍ତ୍ର ବାହିନୀରେ ଭାରତର ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରି ସାରିଛନ୍ତି। ଦୀର୍ଘ ବର୍ଷର ନିଜ ମା ମାଟି ତଥା ଭାରତ ମାତା ଙ୍କ ସେବା କରିବା ପରେ ସୁଦୂର ଝାରସୁଗୁଡା ଜିଲ୍ଲାରେ CISF ASI ଭାବରେ ନିଷ୍ଠାର ସହିତ କର୍ତ୍ତବ୍ୟ ସମାପ୍ତି ପରେ ଗତ ତା. ୩୧/୦୭/୨୫ ରିଖରେ ଅବସର ଗ୍ରହଣ କରିଥିଲେ। ଦୀର୍ଘ ବର୍ଷର ଚାକିରୀ ଜୀବନ ତଥା ଭାରତ ମାତାଙ୍କ ସେବା କରିବା ପରେ ଅବସର ନେଇ ନିଜ ମାତୃଭୂମି ମହୁରୀଆପାଲି ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାଲୋଏ ଗ୍ରାମପଞ୍ଚାୟତ ସଦର ମହକୁମା ଆମ୍ବେଦକର ଛକ ଠାରେ ଅବତରଣ କରି ଡ଼ଃ. ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ତାପରେ ସେଠାରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ବିଶାଳ ଶୋଭାଯାତ୍ରାରେ ଘରକୁ ସ୍ୱାଗତ କରି ନିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ