Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଆରପିଏଫ ଜବାନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ର ନାରୀଶକ୍ତି

ସମ୍ବଲପୁର: ଭାରତୀୟ ସଂସ୍କୃତି ରେ ଭାଇ ଭଉଣୀର ସମ୍ପର୍କ ଅତୁଳନୀୟ । ଏହି ସ୍ନେହ ପ୍ରେମ ଭରା ପୁଣ୍ୟ ପବିତ୍ର ବନ୍ଧନକୁ ଆହୁରି ମଜବୂତ କରିଥାଏ ରକ୍ଷା ବନ୍ଧନ ଭଲି ମହାନ୍ ପରମ୍ପରା ।
ସମ୍ବଲପୁରୀ ଭାଷା, ସାହିତ୍ୟ ସଂସ୍କୃତି, ପରମ୍ପରା କୁ ଆହୁରି ଋଦ୍ଧିବନ୍ତ ଓ ସାଣିତ କରିବାର ପ୍ରଚେଷ୍ଟା ସହ ପଶ୍ଚିମାଞ୍ଚଳ ର ଅଧିକାର ପାଇଁ ଲଢେଇ କରି ଆସୁଥିବା ଅଞ୍ଚଳର ଅଗ୍ରଣି ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କୁ ଏକ ନିଆରା ଢଙ୍ଗରେ ପାଲନ କରିଛି ।
ପବିତ୍ର ରକ୍ଷା ବନ୍ଧନ ଅବସରରେ ଗୋଶାଳା ସ୍ଥିତ ସି.ଆର.ପି.ଏଫ ଗ୍ରୁପ ସେଣ୍ଟର କୁ ଯାଇ ଅଧିକାରୀ ଓ ଜବାନ ମାନଙ୍କ ହାତରେ ସମ୍ବଲପୁରୀ ରାକ୍ଷୀ ବାନ୍ଧିଛନ୍ତି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ର ନାରୀଶକ୍ତି ର ସଦସ୍ୟା ମାନେ ।
ଜବାନ ମାନେ ନିଜ ପରିବାର ଠାରୁ ଦୁରରେ ରହି ଦେଶପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି । ଦେଶ ର ସୀମା କୁ ସୁରକ୍ଷିତ ରଖିବା ସହିତ ଦେଶବାସୀ ଙ୍କ ଧନ ଜିବନ ରକ୍ଷା ପାଇଁ ବଲିଦାନ ଦେଉଛନ୍ତି । ସେଥିପାଇଁ ସେମାନଙ୍କ ହାତ ରେ ରାକ୍ଷୀ ବାନ୍ଧି ପାରିବାରିକ ଓ ଆତ୍ମିୟତା ର ଭାବନା ସ୍ରୁଷ୍ଟି କରିବା ପାଇଁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ର ମହିଳା ସଦସ୍ଯା ମାନେ ସି.ଆର.ପି.ଏଫ ଗ୍ରୁପ ସେଣ୍ଟର ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ।
କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ର ସମ୍ବଲପୁର ଗ୍ରୁପ ସେଣ୍ଟର ର ମୁଖ୍ୟ ଡି.ଆଇ.ଜି ଶ୍ରୀ ସଞ୍ଜୟ କୁମାର ସିଂ ଙ୍କ ଅନୁମତି କ୍ରମେ କାର୍ଯ୍ୟକ୍ରମ ହୋଇଥିବା ଏହି ରାଷ୍ଟ୍ରଭକ୍ତି ର ଏଇ ପୁଣ୍ୟ ପବିତ୍ର କାର୍ଯ୍ୟକ୍ରମ୍ କୁ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ରାଜେନ୍ଦ୍ର କୁମାର ପରିଚାଳନା କରିଥିବା ବେଳେ ଆସିଷ୍ଟେଣ୍ଡ କାମାଣ୍ଡେଣ୍ଟ ଜୋନ ବେଗ ଧନ୍ୟବାଦ ଅର୍ପଣ କରିଥିଲେ ।
ନାରୀଶକ୍ତି ର ସଦସ୍ୟା ମାନେ ଫୁଲ ସିନ୍ଦୁର ଏବଂ ଦୀପ ଦେଇ ପୁଜାର୍ଚନା କରିବା ପରେ ସମ୍ବଲପୁରୀ କପଡାରେ ତିଆରି ରାକ୍ଷୀକୁ ଜବାନ ମାନଙ୍କ ହାତରେ ବାନ୍ଧି ଥିଲେ । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ସହ ରାଷ୍ଟ୍ର ପ୍ରେମକୁ ନେଇ କରୁଥିବା ଅଭିନବ ପ୍ରୟାସକୁ ଆସିଷ୍ଟାଣ୍ଡ କମାଣ୍ଡର ଦ୍ବୟ ପ୍ରଶଂସା କରିଥିଲେ ।
ଆଜିର ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ୍ ରେ ପଙ୍କଜିନୀ ମେହେର, ଝୁନୁ ତ୍ରିପାଠୀ, କାନ୍ତି ମେହେର, ପଙ୍କଜିନୀ ବୈଠାରୁ, ସୁଜାତା ଗୁରୁ, ଶୋଭାଗିନୀ ପଟେଲ, ସଂଘମିତ୍ରା ପଣ୍ଡା, ସଂଯୁକ୍ତା ପ୍ରଧାନ, ଅଳକା ମହାପାତ୍ର, ପ୍ରଜ୍ଞା ପ୍ରଧାନ, ନର୍ମଦା ପ୍ରଧାନ, ଭୂମି ସୂତା ମେହେର, ପ୍ରମୁଖ ସାମିଲ ହୋଇ ଥିଲେ ।
କାର୍ଯ୍ୟକ୍ରମ ଆୟୋଜନ ରେ ପ୍ରଥମ ପଣ୍ଡା, ଅଭିଳାଷ ରାଉତ, ଶିବା ନାଥ ଓ ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories