Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୁହ ଛୁଟିରେ ରାଜସ୍ବ ଅମଲା ସଂଘ, ସବୁଠି ଦେଲେ ଧାରଣା:ପ୍ରଶାସନିକ କାର୍ଯ୍ୟ ଠପ୍

ସମ୍ବଲପୁର: ଓଡ଼ିଶା ରାଜସ୍ବ ଅମଲା ସଂଘର ନିଷ୍ପତି ଅନୁସାରେ ସୋମବାର ଠାରୁ ସମ୍ବଲପୁର ଜିଲ୍ଲା ୟୁନିଟ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୧୦ ଦଫା ଦାବି ନେଇ ସମୁହ ଛୁଟିରେ ଯାଇ କାର୍ଯ୍ୟବନ୍ଦ ଡାକରାରେ ଧାରଣାରେ ବସିଥିବାରୁ ଜିଲ୍ଲାରେ ପ୍ରଶାସନିକ କାର୍ଯ୍ୟ ଠପ୍ ହୋଇଯାଇଛି। ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ଜିଲ୍ଲା ସବୁ ସଦର, ସବଡ଼ିଭିଜନ ଓ ବ୍ଲକ ମହକୁମାରେ ଧାରଣାରେ ବସିଛନ୍ତି।
କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ବୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଅମଲା ମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା ।
ଦାବି ଗୁଡିକ ମଧ୍ୟ ରେ ମୁଖ୍ୟତଃ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସପି -୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାର । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରାଯାଉ । ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୂନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମଶିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ କରାବା ଭଳି ମାନବିକତା ପୂର୍ଣ୍ଣ ଦାବି ରହିଛି। ଓଡ଼ିଶା ରାଜସ୍ୱ ସେବା ପଦ୍ଧତି ସମ୍ବନ୍ଧରେ ସଦ୍ୟ ପ୍ରକାଶିତ ଆମେଣ୍ଟମେଣ୍ଟ ରୁ୍ଲ -୨୦୨୫ କୁ ରଦ୍ଧ କରା ଯାଇ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି
ଦିଆଯାଉ ବୋଲି ସେମାନେ ଦାବି କରିବା ସହିତ ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ଭଳି ଦାବି କରିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି। କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ଗମାନ ଯାଏଁ ଫଳ କିଛି ହୋଇନଥାବାରୁ ରାଜସ୍ବ ଅମଲା ସଙ୍ଘ ଅଗଷ୍ଟ ୧୧ ତାରିଖ ଠାରୁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା।
ତେବେ ଏହି ସମୟରେ ସାଧାରଣ ଲୋକଙ୍କୁ ହେଉଥିବା ଅସୁବିଧା ପାଇଁ ସମସ୍ତ ରାଜସ୍ବ ଅମଲା ଦୁଃଖିତ ଥିବା ଜିଲ୍ଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ପରିଡା ଜଣାଇ ସାଧାରଣ ଜନତାଙ୍କ ସହଯୋଗ ଲୋଡିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories