Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ବର୍ଷର ଡେଟିଂ ପରେ ବିବାହ କରିବେ କ୍ରିଷ୍ଟିଆନୋ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତ୍ତୁଗାଲ ଏବଂ ଅଲ୍ ନାସରର ଫୁଟବଲ୍ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ସାଥୀ ଜର୍ଜିନା ରୋଡ୍ରିଗେଜଙ୍କ ସହ ନିର୍ବନ୍ଧ କରିଥିବା ଖବର ବର୍ତ୍ତମାନ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଜର୍ଜିନା ଇନଷ୍ଟାଗ୍ରାମରେ ନିର୍ବନ୍ଧ ମୁଦି ସହ ତାଙ୍କ ହାତ ଏବଂ ରୋନାଲ୍ଡଙ୍କ ହାତର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଏହି ଜନ୍ମ ଏବଂ ପ୍ରତ୍ୟେକ ଜନ୍ମରେ ମୁ ତମକୁ ଭଲପାଏ। ଦୁହେଁ ପରସ୍ପରକୁ ଗତ ୯ ବର୍ଷ ଧରି ଅର୍ଥାତ୍ ୨୦୧୬ ମସିହାରୁ ଭଲପାଇ ଆସୁଛନ୍ତି। ସେମାନେ ୨୦୧୭ରେ ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ ଭାବରେ ଘୋଷଣା ମଧ୍ୟ କରିଥିଲେ। ସେମାନଙ୍କର ଚାରିଟି ସନ୍ତାନ ମଧ୍ୟ ଅଛନ୍ତି।

ସେଥିମଧ୍ୟରୁ ଆଭା ମାରିଆ ଏବଂ ମାଟେଓ ୨୦୧୭ ମସିହାରେ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ବେଳେ ୨୦୧୭ ମସିହାରେ ଜର୍ଜିନା ଝିଅ ଆଲାନା ମାର୍ଟିନା ଏବଂ ୨୦୨୨ ମସିହାରେ ବେଲା ଏସମେରାଲ୍ଡା ଙ୍କୁ ଜନ୍ମ ଦେଇଥିଲେ। ଏହା ବ୍ୟତୀତ ରୋନାଲ୍ଡଙ୍କର ଅନ୍ୟ ଏକ ପୁଅ ମଧ୍ୟ ଅଛି। ଯିଏକି କ୍ରିଷ୍ଟିଆନୋ ରୋନାଲ୍ଡ ଜୁନିଅର ଭାବରେ ଜଣାଶୁଣା। ଯାହାଙ୍କ ଜନ୍ମ ୨୦୧୦ ମସିହାରେ ହୋଇଥିଲା। ଜର୍ଜିନା ବର୍ତ୍ତମାନ ସମସ୍ତ ପାଞ୍ଚଟି ସନ୍ତାନର ଯତ୍ନ ନେଉଛନ୍ତି। ଜର୍ଜିନା ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ ଯିଏ କି ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରିଥିଲେ।

ସେ ମାଡ୍ରିଡ୍ ଯିବା ପୂର୍ବରୁ ସ୍ପେନର ଜାକାରେ ବଢ଼ିଥିଲେ। ତେବେ ରୋନାଲ୍ଡ ଏବଂ ଜର୍ଜିନା ସେମାନଙ୍କ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରିଥାନ୍ତି। ଜର୍ଜିନା ନେଟଫ୍ଲିକ୍ସ ରିଆଲିଟି ସିରିଜ୍ ‘ଆଇ ଆମ୍ ଜର୍ଜିନା’ ରେ ପ୍ରଶଂସକମାନଙ୍କୁ ତାଙ୍କ ଜୀବନର କିଛି ଝଲକ ଦେଖାଇଥିଲେ। ରୋନାଲ୍ଡ ଡକ୍ୟୁମେଣ୍ଟାରୀରେ ଜର୍ଜିନାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁଥିରେ ସେ ତାଙ୍କ ବୟସ ଅନୁଯାୟୀ ବହୁତ ପରିପକ୍ୱ’ ବୋଲି ବର୍ଣ୍ଣନା କରାଯାଇଛି। ତେବେ ରୋନାଲ୍ଡ ଜର୍ଜିନାଙ୍କୁ ଦେଇଥିବା ଆଙ୍ଗୁଠି ର ମୂଲ୍ୟ ଦଶ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ୍ ୮.୭୬ କୋଟି ଟଙ୍କା ହୋଇଥିବା ରିପୋର୍ଟରୁ ଜଣା ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ