Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସଭାରେ ଜାତୀୟ କ୍ରୀଡା ବିଧେୟକ ବିଲ୍ ଗୃହୀତ

ନୂଆଦିଲ୍ଲୀ: ସଂସଦରେ ନିରନ୍ତର ହଟ୍ଟଗୋଳ ମଧ୍ୟରେ ସୋମବାର ଲୋକସଭାରେ ଜାତୀୟ କ୍ରୀଡା ଶାସନ ବିଲ୍ ଗୃହୀତ ହୋଇଛି। ଏହି ବିଲ୍ ୨୩ ଜୁଲାଇରେ ଯୁବ ଏବଂ କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଲୋକସଭାରେ ଉପସ୍ଥାପନ କରିଥିଲେ।

ଯେତେବେଳେ ଲୋକସଭାରେ ଏହି ବିଲ୍ ସ୍ୱର ଭୋଟ ଦ୍ୱାରା ଗୃହୀତ ହେଉଥିଲା, ସେତେବେଳେ ସମଗ୍ର ବିରୋଧୀ ଦଳ SIR ବିରୋଧରେ ଲୋକସଭାରେ ଉପସ୍ଥିତ ଥିଲେ। ରାଜ୍ୟସଭାରୁ ମଧ୍ୟ ଏହି ବିଲ୍ ଗୃହୀତ ହେବା ପରେ ଏବେ ଦେଶର ସମସ୍ତ କ୍ରୀଡା ୟୁନିଟ୍ ଏହି ବିଲ୍ ପରିସରକୁ ଆସିବେ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଭଳି ସ୍ୱୟଂଶାସିତ ସଂସ୍ଥା ମଧ୍ୟ ଏବେ ନୂତନ ଜାତୀୟ କ୍ରୀଡା ବିଧେୟକ ବିଲ୍ ଅଧୀନରେ ଆସିବେ।

ଜାତୀୟ କ୍ରୀଡା ଶାସନ ଆଇନ ୨୦୨୫ ଅନୁଯାୟୀ, ଜାତୀୟ ଅଲିମ୍ପିକ୍ ସଂଘ, ଜାତୀୟ ପାରାଅଲିମ୍ପିକ୍ ସଂଘ, ସମସ୍ତ ଜାତୀୟ କ୍ରୀଡା, ଆଞ୍ଚଳିକ କ୍ରୀଡା ସଂଘ, ରାଜ୍ୟରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ୟୁନିଟ୍ ଏହି ବିଲ୍ ଆଗତ ହେବା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନକୁ ଆସିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ