Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ପ୍ରଶାସନ ପକ୍ଷରୁ ନିଶା ନିବାରଣ ନେଇ ସଚେତନା କାର୍ଯ୍ୟକ୍ରମ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ନିଶା ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବୀନ୍ଦ୍ର କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଅଧିକାରୀ ଦେବକୀ ନାଏକ, ସରପଞ୍ଚ ଯାଗ୍ୟଶିନି ନାଏକ, ଆକାଉଣ୍ଟ ଅଫିସର ଋଷଭ ମାଝୀ, ଅଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ସପଥ ପାଠ କରିବା ସହ ନିଶା ନିବାରଣ ନେଇ ସଚେତନା କରିଥିଲେ। କାର୍ଯ୍ୟକ୍ରମ କୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା ପରିଚାଳନା କରିଥିଲେ। ଶପଥ ପାଠ ପରେ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। କୃତିତ୍ବ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ବିଡ଼ିଓ ପରିସ୍କୃତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories