Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକଙ୍କ ଉତ୍ସାହ ରହିଛି ,ପ୍ରକୃତିରେ ହସିବ ଧରିତ୍ରୀ

ସମ୍ୱଲପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଏକ ଆନ୍ଦୋଳନ।ସମଗ୍ର ଦେଶରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଛି। ଚାରା ରୋପଣ କରିବା ବଡ କଥା ନୁହେଁ। ଏହାର ଚାରା ର ସୁରକ୍ଷା ପାଇଁ ସମସ୍ତଙ୍କୁ ଦାୟିତ୍ଵ ନେବାକୁ ପଡିବ। ଆଜି ଏହି କାର୍ଯ୍ୟ କ୍ରମରେ ମହିଳା, ପୁରୁଷ, ସାମାଜିକ କର୍ମୀ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏକାଠି ହୋଇ ସଫଳ କରିଛନ୍ତି। ଏଥିରୁ ଜଣା ପଡୁଛି ଯେ, କାର୍ଯ୍ୟକ୍ରମ ଉଦ୍ଦେଶ୍ୟ , ଲକ୍ଷ୍ୟ ପୁରାଣର ଏକ ସାମାଜିକ ବାର୍ତ୍ତା। ଲଗା ଯାଇଥିବା ଫଳ ଉଦ୍ୟାନ ରେ ଏହି ଅଞ୍ଚଳର ବାସି ଲାଭବାନ ହେବେ। ଏକାଠି ହୋଇ ଏଭଳି କାର୍ଯ୍ୟକ୍ରମ କରିବା ମୋତେ ବ୍ୟକ୍ତିଗତ ଭାବେ ଆନନ୍ଦ ଦେଇଛି ବୋଲି ଯୁଯୁମୁରା ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱୟଂ ସେବକ ସଂଘର ଆଜୀବନ କ୍ରାନ୍ତି ପୁରୁଷ ପ୍ରଫେସର ବିପିନ ବିହାରୀ ନନ୍ଦ କହିଛନ୍ତି ।
ଆଜି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆଧାର ରେ ଯୁଯୋମୁରା କଲେଜ ପାଖ ରେ ଏକ ମେଗା ବୃକ୍ଷ ରୋପଣ ମହୋତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଅୟୋଜିତ ଏକ ସଭାରେ ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ସମ୍ୱଲପୁର ସାଂସଦ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମକୁ ଯୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ ଆୟୋଜିତ କରିଥିଲେ। ପ୍ରଥମେ ଶ୍ରୀ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସଭାରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ମମତା ନାୟକ, ଭାର ପ୍ରାପ୍ତ ବିଡ଼ିଓ ପ୍ରଜ୍ଞା ପାଣିଗ୍ରାହୀ,ଯୁଯୋମୁରା ସରପଞ୍ଚ ବାସନ୍ତୀ ପ୍ରଧାନ, ସ୍ଥାନୀୟ ବ୍ଲକ,ଜଙ୍ଗଲ ବିଭାଗ,ତହସିଲ ଅଫିସ ର ସମସ୍ତ ଅଧିକାରୀ,ଯୁଯୋମୁରା ଆଦର୍ଶ ବିଦ୍ୟାଳୟ, ସରକାରୀ ହାଇସ୍କୁଲ,ବାଳିକା ହାଇସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ,ସ୍ଥାନୀୟ ଯୁବ ସ୍ବେଛାସେବୀ ,ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହି ଥିଲେ।। ସମସ୍ତେ ଗୋଟିଏ ଲେଖାଏଁ ଚାରା ରୋପଣ କରି ସେହି ବୃକ୍ଷର ଦାୟିତ୍ୱ ନେବେ ବୋଲି କହିଥିଲେ। ,ଆଜି ମୋଟ ୫୦୦ ଟି ଚାରା ରୋପଣ କରା ଯାଇଥିଲା।ଶେଷରେ ଉପସ୍ଥିତ ସଭ୍ୟ ଓ ପିଲାମାନେ ସବୁଜ ପରିବେଶ ସୁସ୍ଥ ସମାଜ ଗଠନ ପାଇଁ ଶପଥ ପାଠ କରାଯାଇ ପ୍ରାଣୀ ଜଗତ ପାଇଁ ଅକ୍ସିଜେନ ଓ ଅମ୍ଳଜାନ ସମ୍ପର୍କ କୁ ମଜଭୁତ କରିବା ପାଇଁ ପ୍ରେରଣା ଦାୟୀ ହେବାକୁ ପରାମର୍ଶ ଦିଆଯାଇଥିଲା।ଏହି ଅବସରରେ ପିଲାଙ୍କୁ ଟୋପି ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା।ମା ପାଇଁ ଗଛଟିଏ କାହିଁକି ଜରୁରୀ ତାହା ହିଁ ପୂର୍ବ ପୀଢ଼ି ପାଇଁ ଏକ ଦର୍ଶନ ତାହାକୁ ସମସ୍ତେ ବୁଝିବା ଆବଶ୍ୟକ ବୋଲି ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା ସମସ୍ତଙ୍କୁ ମନେ ପକାଇଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ସମିତି ସଭ୍ୟ ନୃପ ଶେଖର କୁମ୍ଭାର, ଜୁଯୋମୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶ୍ଵିନୀ କୁମୁରା, ସଞ୍ଜୟ ବିଶ୍ଵାଳ , ବିଜେପି ମଣ୍ଡଳ ସଭାପତି ଓମ ପ୍ରକାଶ ବିଶ୍ଵାଳ, ବଣ୍ଟି ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ସୁରେଶ୍ୱର ପ୍ରଧାନ, ମହାଦେବ ପ୍ରଧାନ, ସମାଜବିଦ ଅରୁଣ ଦେହୁରୀ, ଦୀପକ ପ୍ରଧାନ ପ୍ରମୁଖ ବହୁ ପ୍ରକୃତି ପ୍ରେମୀ ଏଥିରେ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories