Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ରେ 79 ତମ ସ୍ଵାଧୀନତା ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ 79 ତମ ସ୍ୱାଧୀନତା ଦିବସ ଆଜି ସମାରୋହରେ ପାଳନ କରାଯାଇଛି l ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ତଥା ସାଂସଦ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡେ ରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସର ରେ ଉଦବୋଧନ ଦେଇ ଏକ ସଶକ୍ତ ଓ ସମୃଦ୍ଧ ଭାରତ ଗଠନ ନିମନ୍ତେ ଛାତ୍ର ମାନଙ୍କ ସହାଭାଗିତା ଜରୁରୀ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟ ର ସ୍କାଉଟ, ଜୁନିଅର ରେଡ଼କ୍ରସ ଓ ସିଭିଲିଆନ ଦଳ ଅଂଶଗ୍ରହଣ କରିଥିବା ବେଳେ ସ୍କାଉଟ ମାଷ୍ଟର ଧର୍ମାନନ୍ଦ ଭୋଇ ଓ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ବୈକୁଣ୍ଠ ନାୟକ ପ୍ୟାରେଡ ପରିଚାଳନା କରିଥିଲେ l ଠିକ ସେହିପରି ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ସାମ୍ବାଦିକ ସୌମିତ୍ରି ମେହେର ସ୍ଵାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏ ଅଞ୍ଚଳର ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ, କଲେଜ, ସ୍ୱେଚ୍ଛାସେବି ଅନୁଷ୍ଠାନ ମାନଙ୍କରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ