Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦେଶ ପାଳୁଛି ୭୯ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଭାରତୀୟ ସ୍ଵାଧୀନତା ସଂଗ୍ରାମ ବିଶ୍ଵର ଏକମାତ୍ର ସ୍ଵାଧୀନତା ଆନ୍ଦୋଳନ ଯାହା ମୁଖ୍ୟତଃ ଶାନ୍ତି ଓ ଅହିଂସା ମାଧ୍ୟମରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ, ବିଭିନ୍ନ ବିଚାରଧାରାର ବ୍ୟକ୍ତିତ୍ଵ ସମସ୍ତେ ଗୋଟିଏ ମଞ୍ଚରେ ଆସିଥିଲେ, ଏବଂ ସମସ୍ତଙ୍କର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ଦେଶକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ପ୍ରତିରକ୍ଷା ବାହିନୀର ବୀର ସୈନିକ ଓ ସୁରକ୍ଷା ବାହିନୀର ଅମର ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଇତି ମଧ୍ୟରେ, ଦେଶ ସ୍ଵାଧୀନ ହେବାର ୭୮ ବର୍ଷ ବିତି ଯାଇଛି। ଭାରତ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛି। ମହିଳା ସଶକ୍ତିକରଣର ଆଉ ଗୋଟିଏ ଦିଗ ହେଉଛି “ମହିଳା ସୁରକ୍ଷା”। ମୁଁ ବିଭିନ୍ନ ମଞ୍ଚରୁ କହିଛି, ମହିଳା ସୁରକ୍ଷା ପାଇଁ ସରକାର “ଶୂନ୍ୟ ସହନଶୀଳତା” ନୀତି ଅବଲମ୍ବନ କରୁଥିବା ନେଇ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ