ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳୀ ଶ୍ରୀକ୍ଷେତ୍ର କଲେଜ କୋଟସମଲାଇ ଠାରେ ଆଜି ୭୯ତମ ସ୍ଵାଧିନତା ଦିବସ ପାଳନ କରାଯାଇଛି । କଲେଜ ଅଧ୍ୟକ୍ଷ ଅଜିତ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମେଣ୍ଡିଲି ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ ।ସମ୍ମାନୀତ ଅତିଥି ଭାବରେ ଆରଆଇଇଡି ଟ୍ରଷ୍ଟ ସଭାପତି ରାଜୁ ସ୍ଵାଇଁ ଓ ସମ୍ପାଦକ ଶଶାଙ୍କ ସୁଆର ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କଲେଜର ସଂସ୍କୃତ ଅଧ୍ୟାପକ ହର ଗୌର କଲତା , ରମେଶ କୁମାର ବାଘ , ସୁଧାଂଶୁ ଶେଖର ସେଠୀ , ପ୍ରଭାତୀ ସେଠୀ ଉପସ୍ଥିତ ଥିଲେ । ଏହି ଅବସରରେ ଅଧ୍ୟାପକ ଅଧ୍ୟାପିକା, ଷ୍ଟାଫ୍ ସହ ସମସ୍ତ ଛାତ୍ରଛାତ୍ରୀ , ଜନସାଧାରଣ ଯୋଗ ଦେଇଥିଲେ ।
ପାତାଳୀ ଶ୍ରୀକ୍ଷେତ୍ର କଲେଜ ରେ 79 ତମ ସ୍ଵାଧୀନତା ଦିବସ ପାଳିତ
