Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ କଲ୍ୟାଣ ସଂଘ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ

ସମ୍ବଲପୁର : ସାମ୍ବାଦିକ କଲ୍ୟାଣ ସଂଘ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ଅବସରରେ ସମ୍ବଲପୁର ଭିଏସ୍ଏସ୍ ମାର୍ଗ ସ୍ଥିତ ସହର କାର୍ଯ୍ୟାଳୟ ଠାରେ ପାଳନ କରାଗଲା। ଆଜିର ଏହି ପବିତ୍ର ଦିବସରେ ବହୁମୁଖୀ ପ୍ରତିଭା, ବିଶିଷ୍ଟ ସମାଜସେବୀ ଓ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରି ସମବେତ କର୍ମକର୍ତ୍ତା ସଭ୍ୟ ସଭ୍ୟା ଏବଂ ଜନସାଧାରଣଙ୍କୁ ଓଜସ୍ୱୀ ଉଦ୍’ବୋଧନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରି ରାଷ୍ଟ୍ରୀୟ ଗାନ କରାଯାଇଥିଲା । ତାପରେ ଆମ ସାମ୍ବାଦିକ କଲ୍ୟାଣ ସଂଘ ପକ୍ଷରୁ ନବିନ ଦାସ ଓ ମୋନଜ ନାଏକ ଯୁବ ସାମ୍ବାଦିକ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି ଏବଂ ପରିବାର ବର୍ଗଙ୍କ ଅସୀମ ଧୈର୍ଯ୍ୟ ସାହାସ ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ଅଧ୍ୟକ୍ଷ ଆତ୍ମାରାମ ସୁପକାର, ଉପାଧ୍ୟକ୍ଷ ରାଧେଶ୍ୟାମ ପଣ୍ଡା, ସଭାପତି ଚନ୍ଦ୍ର ଚୁଡ ସିଂହ, ସାଧାରଣ ସମ୍ପାଦକ ହରି ଶଙ୍କର ମିଶ୍ର, ଯୁଗ୍ମ ସମ୍ପାଦକ ଆଲୋକ ଦାସ, କୋଷାଧ୍ୟକ୍ଷ ଅନୀଲ ଶ୍ରୀରାମକା, ଟିକେଶ୍ବର ପ୍ରଧାନ ଏବଂ ସମ୍ବଲପୁର ସହରର ବିଭିନ୍ନ ପତ୍ରପତ୍ରିକାର ସାମ୍ବାଦିକ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories