Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୯ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଉତ୍ସର୍ଗ ପକ୍ଷରୁ ମେଗା ରକ୍ତ ଦାନ ଶିବିର

ସମ୍ବଲପୁର: ପବିତ୍ର ସ୍ଵାଧୀନତା ଦିବସ ଅବସରରେ ସମଗ୍ର ରାଷ୍ଟ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜିତ ହେଉଥିଲାବେଳେ ସ୍ଵେଚ୍ଛାସେବୀ ରକ୍ତଦାନ ସଂସ୍ଥା ଉତ୍ସର୍ଗ ତରଫରୁ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଓଡିଶା ସାଂସ୍କୃତିକ ସମାଜ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ମୋଟ ୧୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।ଯେଉଁ ଥିରେ ଏକ ବିରଳ ଉଦାହରଣ ସୃଷ୍ଟି କରି ବହୁ ସଂଖ୍ୟାରେ ମହିଳାମାନେ ରକ୍ତଦାନ କରିଥିବା ଦେଖାଯାଇଥିଲା l ରକ୍ତ ଦାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୀମସାର୍,ବୁର୍ଲା ରକ୍ତ ଭଣ୍ଡାରର ଡl. ସୁଚିତ୍ରା ସଂଗୀତା ସାହୁ, ଦେବାଶିଷ ମିଶ୍ର, ପଦ୍ମିନୀ ସତପଥୀ, ଅଗ୍ନି ମହାନନ୍ଦ, ପ୍ରହଲ୍ଲାଦ ଭୋଇ, ଜନକ ବେହେରା, ଏବଂ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାରର ଡାକ୍ତର କଳ୍ପେଶ କକଡ, ସିଦ୍ଧାର୍ଥ ଶଙ୍କର ଦାଶ, ମାଧବ ସାହୁ, ଗୀତାଞ୍ଜଳି ହୋତା, ରାଜେନ୍ଦ୍ର ମେହେର୍, ଆଶିଷ ବିଶ୍ଵାଳ, ନିବେଦିତା ବଗର୍ତ୍ତୀ, ଅଞ୍ଜନା ସିହ୍ନା, କିଶୋର କୁମାର ପାଣି ପ୍ରମୁଖ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ରାଜସ୍ଵ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ,ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ,ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରେହାନ କ୍ଷେତ୍ରୀ ,ଅତିଥି ଭାବରେ ଯୋଗ ଦେଇଥିଲେ l ରକ୍ତଦାନ କାର୍ଯ୍ୟକ୍ରମଟି ଉତ୍ସର୍ଗ ସମେତ ଅନାମିକା କ୍ଲବ, ସନଡେ ଗ୍ରୁପ, କୋଶଳ ବ୍ୟବସାୟୀ ସଂଘ, ବସୁନ୍ଧରା କମ୍ଯୁନିଟି ସେଣ୍ଟର,ଭୀମ ଭୋଇ ସାହିତ୍ୟ ସଂସଦ ର ସହଯୋଗରେ ସଫଳ ହୋଇଥିଲା l ଏହି ସଂଗୃହିତ ରକ୍ତ ଥାଲାସେମିଆ, ରକ୍ତ ଶିକୁଳି ରୋଗରେ ପୀଡିତ ତଥା ଜରୁରୀ କାଳୀନ ଆବଶ୍ୟକତା ପୂରଣ ପାଇଁ କାର୍ଯ୍ୟରେ ଆସିବ ବୋଲି ଉତ୍ସର୍ଗ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories