ଜନ୍ମାଷ୍ଟମୀ ଉତ୍ସବ ପାଳିତ


ସମ୍ବଲପୁର: ଶୁକ୍ରବାର ଦିନ ଆମ୍ଭ ସରସ୍ଵତୀ ଶିଶୁ ମନ୍ଦିର ନାକଟିଦେଉଳ ଜଗନ୍ନାଥ ପ୍ରସାଦ ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି ।ପ୍ରଭୁ ଶ୍ରୀକୃଷ୍ଣ ଓ ମା ବାଗଦେବୀଙ୍କ ନିକଟରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତୀ ବେହେରାଙ୍କ କରକମଳରେ ଶୁଭ ଦ୍ଵୀପ ପ୍ରଜ୍ଜ୍ୱଳିତ ହୋଇ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଥିଲା ।ଶିଶୁବାଟିକାର ୫୫ଜଣ ଛାତ୍ର ଛାତ୍ରୀ କୃଷ୍ଣ ବେଶ ଓ ରାଧା ବେଶ ରେ ସୁସଜ୍ଜିତ ହୋଇଥିଲେ। ଉକ୍ତ ଉତ୍ସ୍ବବରେ ଝାରବେଡା ଗ୍ରାମର ତଥା ଗାୟତ୍ରୀ ପରିବାରର ପ୍ରମୁଖ କର୍ଯ୍ୟକର୍ତ୍ତା ମାନନୀୟ ଶ୍ରୀଯୁକ୍ତ ବନ୍ଧୁରାମ ପ୍ରଧାନ, ଜଗନ୍ନାଥପ୍ରସାଦ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନନୀୟା ଶ୍ରୀମତୀ ସୌଦାମିନୀ ପାଇକ , ଏ ଅଞ୍ଚଳର ପ୍ରମୁଖ କଳାକାର ମାନନୀୟ ଶ୍ରୀଯୁକ୍ତ ଅଶୋକ କୁମାର ପୋଢ ଯୋଗ ଦେଇଥିଲେ। ରାଧା ବେଶ ଓ କୃଷ୍ଣ ବେଶରେ ଥିବା ଶିଶୁମାନଙ୍କୁ ନେଇ ଗ୍ରାମ ପରିକ୍ରମା କରା ଯାଇଥିଲା । ବିଦ୍ୟାଳୟର ମାତୃଭାାରତୀ ପରିଷଦର ସଦସ୍ୟା ମାନେ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ ବିଜୟ କୁମାର ସାହୁ ଜନ୍ନାଷ୍ଟମୀ ଉତ୍ସବ ପାଳନର ଉଦ୍ଦେଶ୍ଯ କଥନ କରିଥିଲେ । ଆଚାର୍ଯ୍ୟ। ଶ୍ରୀମତୀ ମମତା ଦେହୁରୀ ଅତିଥି ପରିଚୟ କରିଥିବା ବେଳେ ଶ୍ରୀମତୀ କଲ୍ୟାଣୀ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟ।ଙ୍କ ସାହାଯ୍ୟ ସହଯୋଗରେ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା।