Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟଳବିହାରୀ ବାଜପେୟୀ ସ୍ମୃତି ସମିତି ତରଫରୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ପୂର୍ବତନ ପ୍ରଧାନମନ୍ତ୍ରୀ  ତଥା ଭାରତରତ୍ନ  ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ୭ମ ପୁଣ୍ୟତିଥି ଅବସରରେ ଅଟଳବିହାରୀ ବାଜପେୟୀ ସ୍ମୃତି ସମିତି ତରଫରୁ ଆଜି ଗୋଲକୁଣ୍ଡା ସ୍ଥିତ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ସଭ୍ୟ ଅଶୋକ କୁମାର ସାହୁ ସ୍ମୃତି ସମିତି ତରଫରୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସଭାପତି ପ୍ୟାରୀମୋହନ ପୁଜାହାରୀ ଅଧକ୍ଷ୍ୟତା କରିଥିଲେ I ବରିଷ୍ଠ ବିଜେପି ସଦସ୍ୟ ତଥା ଉପଦେଷ୍ଠା ଆଇନଜୀବି ପ୍ରସନ୍ନ କୁମାର ସାହୁ, ସମ୍ପାଦକ ତରଣୀସେନ ଚାନ୍ଦ, ସଭ୍ୟ ଦେବାଶିଷ ନନ୍ଦ ବାଜପେୟୀଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିବାବେଳେ  ବିଜେପି ବୁର୍ଲା ମଣ୍ଡଳ ସଭାପତି ଆକାଶ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ସଭ୍ୟ ସଂଜୀବ ବର୍ମା, ଶ୍ୟାମଗୌଡ଼, ହରିଶଙ୍କର ପଣ୍ଡା, ଗୋପାଳ ପ୍ରଧାନ, ଗୋବର୍ଦ୍ଧନ ଗୌଡ଼, ହେମନ୍ତ ସୁନା, ସୁମନ ନାୟକ, ଗୋବିନ୍ଦ ଗଣ୍ଡ, ତ୍ରିନାଥ ମହାନନ୍ଦ, ପ୍ରମୋଦ ନାୟକ, ମନୋଜ ରାୟ, ଜୋସେଫ ବିଭାର, କାଁହୁ ନାୟକ, ସୁନି କୁମ୍ଭାର, କିରନ ନନ୍ଦ ଓ ଭାରତ କୁମ୍ଭାର ପ୍ରମୁଖ ଉପସ୍ଥିତ ରହିଥିଲେ I ପରେ ବୁର୍ଲାସ୍ଥିତ ସରକାରୀ ଅନ୍ଧମୁକ ବଧିର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ପାଇଁ ଶୋକସଭା ଅନୁଷ୍ଠିତ ହୋଇ ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories