ସମ୍ବଲପୁର: ସମ୍ବଲପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସ୍ଥାନୀୟ ମୁଦିପଡ଼ା ହାଉସିଂ ବୋର୍ଡ଼ କଲୋନୀ ଠାରେ ଆଜି ପ୍ରଭାତରେ ଦେଶର ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ରୋଜିସେନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଉତ୍ସବରେ ମୁଖ୍ୟଅତିଥି ଭାବରେ ବହୁମୁଖୀ ପ୍ରତିଭା, ବିଶିଷ୍ଟ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ | ପରେ ପରେ ସାମୂହିକ ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା |
ଉପସ୍ଥିତ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ସହରର ବହୁ ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଙ୍କୁ ଉଦ୍’ବୋଧନ ଦେଇ ମୁଖ୍ୟଅତିଥି ଶ୍ରୀଯୁକ୍ତ ବହିଦାର୍ କହିଲେ ଯେ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ଦ୍ୱାରା ଆମେ ଛାତ୍ରଛାତ୍ରୀ ଏବଂ ଯୁବସମାଜକୁ ଦେଶ ଓ ସମାଜ ଉପଯୋଗୀ କରି ଗଢ଼ି ତୋଳିବା | ତତ୍ ସଙ୍ଗେ ସଙ୍ଗେ ଆମ୍ଭେମାନେ ସମସ୍ତେ ନିଜ ନିଜର ମନ ବଚନ ଓ ଶ୍ରେଷ୍ଠକର୍ମ ଦ୍ୱାରା ଦେଶର ସର୍ବାଙ୍ଗୀନ ଉନ୍ନତି କରିବା ଏବଂ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅସମ୍ପୂର୍ଣ୍ଣ ସ୍ବପ୍ନକୁ ସାକାର କରି “ରାମରାଜ୍ୟ” ପ୍ରତିଷ୍ଠା କରିପାରିବା | ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ପ୍ରଶଂସାପତ୍ର, ମେଡାଲ୍ ଓ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ |
ସମବେତ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଭଦ୍ରବ୍ୟକ୍ତି ଭଦ୍ରମହିଳା ମାନଙ୍କ ଦ୍ୱାରା ଭାରତମାତା, ମୁକ୍ତି ସଂଗ୍ରାମୀ କ୍ରାନ୍ତିକାରୀ ବରପୁତ୍ର ମାନଙ୍କ ଜୟଧ୍ୱନୀରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା | ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମାଳୟା ମହଲା, ସୁଶ୍ରୀ ଅଷ୍ଟମୀ ପୋଢ଼, ସୁଶ୍ରୀ ପୂଜା ଦେ, ସୁଶ୍ରୀ ପୂର୍ଣ୍ଣିମା ହୋତା, ସୁଶ୍ରୀ ସ୍ୱାଗତିକା ସାମନ୍ତ ଏବଂ ମାଉସୀ ଶ୍ରୀମତୀ ଗୀତା ପୋଢ଼ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ସୁଶ୍ରୀ ପୂର୍ଣ୍ଣିମା ହୋତା ଧନ୍ୟବାଦ ଅର୍ପଣ କରିଥିଲେ।
ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ୭୯ ତମ ସ୍ବାଧୀନତା ଦିବସ
