Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଆରପିଏଫ ଗ୍ରୁପ ସେଣ୍ଟର ରେ ସ୍ୱାଧୀନତା ଦିବସ ପାଳିତ

ସମ୍ବଲପୁର:ସମ୍ବଲପୁର ସ୍ଥିତ ଗୋଶାଳା ଠାରେ ସି.ଆର.ପି.ଏଫ୍. ଗ୍ରୁପ୍ ସେଣ୍ଟର ଠାରେ ୭୯ତମ ସ୍ୱାଧୀନତା ଦିବସ ବହୁ ଉତ୍ସାହ ଏବଂ ଉଲ୍ଲାସର ସହିତ ପାଳନ ହୋଇଯାଇଛି lଏହି ଅବସରରେ ସି.ଆର. ପି. ଏଫ. ଗ୍ରୁପ ସେଣ୍ଟର ର ଡେପୁଟି ଇନ୍ସପେକ୍ଟର ଜେନେରାଲ ସଞ୍ଜୟ କୁମାର ସିଂ ପତାକା ଉତ୍ତୋଳନ କରିଥିବା ବେଳେ ସ୍ୱାଧୀନତା ଦିବସ ଅବସରରେ ନିଜ ଅଭିଭାଷଣ ରେ ସାହସିକତା ପାଇଁ ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ଜାତୀୟ ପୋଲିସ ପଦକ ପାଇଥିବା ଅଧିକାରୀ ଏବଂ ଜୱାନ ଙ୍କ ନାମ ଉଲ୍ଲେଖ କରି କହିଲେ ଯେ, ଦେଶମାତୃକା ର ସେବା ଓ ସୁରକ୍ଷା ପାଇଁ ସେମାନଙ୍କର ବଳିଦାନ ଚୀର ଦିନ ଅଭୁଲା ହୋଇ ରହିବ l
ଏଥିସହ ଶ୍ରୀ ସିଂ ସମସ୍ତ ଅଧିକାରୀ, ଜବାନ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଏବଂ ମିଷ୍ଟନ୍ନ ବଣ୍ଟନ କରିଥିଲେ l ବାହିନୀର ପରମ୍ପରା ଅନୁଯାୟୀ, ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଅଧିକାରୀ ଏବଂ ଅଧିନସ୍ତ ଅଧିକାରୀମାନଙ୍କ ଦ୍ୱାରା ଏକ ସମାବେଶ ଆୟୋଜନ କରାଯାଇଥିଲା ଏବଂ ବଡ଼ାଖାନା ର ମଧ୍ୟ ଆୟୋଜନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories