ସମ୍ବଲପୁର: ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ପଶ୍ଚିମ ସମ୍ଭାଗ ସ୍ତରୀୟ ଶିଶୁ ବାଟିକା ପର୍ଯାୟ ପ୍ରମୁଖ କର୍ମ ଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଦ୍ୟାଳୟ ର ସଭାପତି ଡ଼କ୍ଟ ଦେବେନ୍ଦ୍ର ପଣ୍ଡା, ପଶ୍ଚିମ ସମ୍ଭାଗ ବିଭାଗ ସଂଯୋଜଗ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର, ବିଦ୍ୟାଳୟ ର ସହ ସମ୍ପାଦକ ଶ୍ରୀଯୁକ୍ତ ଅଭି ମନ୍ୟୁ ସାହୁ, ଶିଶୁ ବାଟିକା ସମ୍ଭାଗ ପ୍ରମୁଖ ଶ୍ରୀଯୁକ୍ତ ନରୋତ୍ତମ ମିଶ୍ର, ଶ୍ରୀଯୁକ୍ତ ଲୋକନାଥ ପ୍ରମୁଖ ସହ ପଶ୍ଚିମ ସମ୍ଭାଗ ର ଅନ୍ୟାନ୍ୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଭୁ ପ୍ରସାଦ ମହାପାତ୍ର ଅତିଥି ମହୋଦୟ ଙ୍କ ପରିଚୟ ପ୍ରଦାନ କରିଥିଲେ l ସ୍ଥାନୀୟ ଭଉଣୀ ମାନଙ୍କ ଦ୍ୱାରା ସମବେତ ସଂଗୀତ ପରିବେଷଣ ହୋଇଥିଲା l ପ୍ରାୟ ଏକ ଶହ ପଚିଶ ଜଣ ଗୁରୁଜୀ ଗୁରୁମା ଏହି କାର୍ଯ୍ୟ ଶାଳାରେ ଯୋଗ ଦାନ କରିଛନ୍ତି l ଏହା ରବିବାର ପର୍ଯ୍ୟନ୍ତ ଚାଲିବ।
ପଶ୍ଚିମ ସମ୍ଭାଗ ସ୍ତରୀୟ ଆଧାର ସ୍ତରୀୟ ପର୍ଯାୟ କର୍ମଶାଳା
