Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଘର ମନ୍ଦିର:ସ୍ଵଚ୍ଚତା ଓ ପରିବେଶ ମଧୁମୟ,ପରିହାର କରିବା ମଶାଧୁପ ପରି ରାସାୟନିକ ଦ୍ରବ୍ୟ

ସମ୍ବଲପୁର:ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଷୋଡଶ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଉପରେ ଆଲୋଚନା ଆରମ୍ଭ କରି ପ୍ରାକ୍ତନ ଶିକ୍ଷକ ଉଦିତ ଚନ୍ଦ୍ର ପାଟଯୋଶୀ ବିଶ୍ୱର ଧନୀ ବ୍ୟକ୍ତି ବିଲ ଗେଟ,ସଫ୍ଟୱେର ର ଉଦ୍ଭାବକ ଙ୍କ ଜୀବନି ଉପରେ ଆଲୋଚନା କରି ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ଇଛାଶକ୍ତି ବଳରେ କିପରି ନିଜକୁ ପ୍ରତିଷ୍ଠିତ କରିପାରେ ସେ ବିଷୟ ରେ ପିଲାଙ୍କୁ ବୁଝେଇ ଥିଲେ।
ଦ୍ଵିତୀୟ ଅଧିବେଶନ ରେ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ ଘର ଆମ ମନ୍ଦିର ଭାବେ ଅବିହିତ କରି ନିଜ ଘର ବିଶେଷ କରି ବ୍ୟବହାର ରେ ଆସୁଥିବା କୋଠରୀ ର ବାୟୁ ପ୍ରଦୂଷଣ ଓ ନିରାକରଣ ଉପରେ ଆଲୋଚନା କରି ଘରେ ରାସାୟନିକ ଦ୍ରଵ୍ୟ,ଅତ୍ୟଧିକ ସାବୁନ ବ୍ୟବହାର ଓ ମଶା ଧୂପକାଠି ର ଭୟାବହତା ଉପରେ ପିଲାଙ୍କୁ ସତର୍କ କରି ଏସବୁ ର ବ୍ୟବହାରରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ। ଆରମ୍ଭରୁ ଅନୌପଚାରିକ ଭାବେ ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଆରମ୍ଭରୁ ମୌଳିକ ଇଂରାଜୀ ଶିକ୍ଷା ଦେଇଥିଲେ। ଶ୍ରୀ ବିଜୟ ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଆଜି ଆଲୋଚନା ରେ ପ୍ରଶିକ୍ଷାର୍ଥୀ ଙ୍କ ମଧ୍ୟରୁ ଅଦିତି, ଅଭିଜ୍ଞାନ,ଆଶୁତୋଷ,ଗୌର ବ,ବିଦୁଷୀ, ଜିତେନ୍ଦ୍ର,ଅବିନାଶ ଓ ରୁଦ୍ରାଅଂଶୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବିଶିଷ୍ଟ ବ୍ୟକ୍ତି ଭାବେ ସମ୍ପାଦକ ରଘୁନାଥ ମିଶ୍ର ,ପ୍ରୋଫସର,ସେବକ ତ୍ରିପାଠୀ,ଅର୍ଜୁନ ପଣ୍ଡା ପ୍ରମୁଖ,ଡ଼ ଗିରିଧାରୀ ହୋତା,ପୃଥ୍ୱୀରାଜ ମିଶ୍ର, ଅଶୋକ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଲାଇବ୍ରେରୀ ର ମୁଖ୍ୟ ପ୍ରୋଫାସର ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ସୌଜ୍ୟନତା ରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ଙ୍କୁସି ଧଳା ଟି. ସାର୍ଟ ବଣ୍ଟନ କରଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ୧୮ ଟି ବିଦ୍ୟାଳୟ ରୁ ୪୬ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories